News
WhatsApp Image 2023-10-04 at 17.25.00
samparksetu

ଢେଙ୍କନାଳ ଜିଲ୍ଲାରେ ନୂତନ ୧୪୨ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ଆକ୍ରାନ୍ତ ଙ୍କ ସଂଖ୍ୟା ୧୪୨। ଦୁଇ ଦିନର ବ୍ୟବଧାନ ପରେ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ପୁନର୍ବାର ତିନି ଅଙ୍କ ଛୁଇଁଛି। ଏହି ସଂକ୍ରମିତଙ୍କ ମଧ୍ୟରେ ଘରୋଇ ସଂଙ୍ଗରୋଧରୁ ୧୨୪ ଜଣ ଥିଲାବେଳେ ଡାକ୍ତରଖାନାରୁ ୧୮ ଜଣ ରହିଛନ୍ତି।

ଏହି ତାଲିକାରେ ହିନ୍ଦୋଳ ବ୍ଲକରେ ୪୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନୂଆକୋଟରୁ ୭ ଜଣ ଓ କୁକୁଟାରୁ ୪ ଜଣ ସଂକ୍ରମିତ ହୋଇଥିଲା ବେଳେ ଅଁଳାବେଡା, ଦୁଦୁରୋକୋଟ, ବାରସିଙ୍ଗା, ଝାରବେଡା, କଡଲା, ମାଡୁଆ କାରନ୍ଦା, ରଞ୍ଜାଗୋଳ, ସାନମୁଣ୍ଡାରୁ ଦୁଇ ଜଣ ଲେଖାଏଁ, ବାଲିମୀ, ବନମାଳୀ ପୁର, ଭଗବାନ ପୁର, ଧୁଣ୍ଡିନାଳୀ, ଗାଲପଡା, ଘୋଡ଼ା ଡିଆଁ, ଖଲିବେରେଣା, ନିମବାହାଳୀ, ନୂଆପଡ଼ା, ପଞ୍ଚପଡା, ନୂଆପାଣିସାହି, ରାଜମୋହନପୁର, ରାସୋଳ, ଗୁହାଳିପାଳ, ମାଧପୁର, ବାଗଧରିଆ, କଙ୍କାଳୁ, ଠୋକର ଅଞ୍ଚଳର ଜଣେ ଲେଖାଏଁ ସଂକ୍ରମଣର ଶିକାର ହୋଇଛନ୍ତି।

ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକରୁ ପୂର୍ବରୁ କମ ସଂଖ୍ୟକ ସଂକ୍ରମଣର ଶିକାର ହେଉଥିବା ଲକ୍ଷ୍ୟ କରାଯାଇଛି। ବ୍ଲକରୁ ୧୯ ଜଣ ଚିହ୍ନଟ ହୋଇଛନ୍ତି। କଣ୍ଟାପାଳରୁ ଓ ଖଟପାଳରୁ ତିନି ଜଣ ଲେଖାଏଁ କେର୍ଜୋଲି, ଗଡପଳଶୁଣୀ, କମ୍ପଲେଇର ଦୁଇ ଜଣ ଲେଖାଏଁ ଓ ରହଣୀ, ଗୋବରେଇ, ନାକଟିନାଳି, ବିରାଶାଳ, କଙ୍କଡ଼ାହାଡ଼, ବିରାଶାଳ, ଚାନ୍ଦପୁର, ରାଇବୋଲର ଜଣେ ଲେଖାଏଁ ସଂକ୍ରମିତ ମଧ୍ୟରେ ଅଛନ୍ତି।

ଢେଙ୍କାନାଳ ମୁନିସିପାଲିଟିର ମହିଷାପାଟର ୪ ଜଣ, କୁଞ୍ଜକାନ୍ତର ଦୁଇ ଜଣ ଓ ବାକି କଣ୍ଟାନାଳି ବାଇପାସ୍, ଶାସନ, ଜୁବୁଲିଟାଉନ, ଗୁଡିଆନାଳି, ହାଟରୋଡ, ବଡ଼ପଣ୍ଡା ସାହି, ରଗଡ଼ି ସାହି, ବୋରାପଦା, ଦେଉଳ ସାହି ଓ ଦୁର୍ଗା ବଜାରର ଜଣେ ଲେଖାଏଁ ମିଶାଇ ମୋଟ ୧୬ ଜଣ ଅଛନ୍ତି।
ପର୍ଜଙ୍ଗ ବ୍ଲକର ବଡଝରାରୁ ୫ ଜଣ, ଆମ୍ବପଳାସରୁ ୩ ଜଣ, ଦଦରାଘାଟି ଓ ରଙ୍ଗଥାଳୀ ର ଦୁଇ ଜଣ ଲେଖାଏଁ, ଚାନ୍ଦପୁର, ପର୍ଜଙ୍ଗ, ପାଟରପଦାର ଜଣେ ଲେଖାଏଁ ମୋଟ ୧୫ ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି।

ଗଁଦିଆ ବ୍ଲକର ସୋରିଷିଆପଦା ଓ ଲାଉଲେଇର ଦୁଇ ଜଣ ଲେଖାଏଁ ଦଧିସିଙ୍ଗା, ବଲ୍ଲଭ, ଛାଟିଆ, ଚିତଲପୁର, ମନ୍ଦାର ଓ ଷଡ଼ଙ୍ଗୀ ର ଜଣେ ଲେଖାଏଁ ମୋଟ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କାମାକ୍ଷାନଗର ବ୍ଲକର ତୁମୁଁସିଙ୍ଗା, କଣ୍ଟାପାଳ, ଗାଙ୍ଗିଯୋଡି, କନ୍ତିଓକାଟେଣୀ, ବୃନ୍ଦାବନ ପୁର, ଜୟପୁରାକାଟେଣୀ, ଭାଗରଥିପୁର, ଶାସନର ଜଣେ ଲେଖାଏଁ ଥିବା ବେଳେ ଅଁଳାବେରେଣୀ ର ଦୁଇ ଜଣଙ୍କୁ ମିଶାଇ ୯ ଜଣ ସଂକ୍ରମିତ ଅଛନ୍ତି।

ସଦର ବ୍ଲକର ମଣ୍ଡାପାଳର ଦୁଇ ଜଣ ଥିବାବେଳେ ଗେଙ୍ଗୁଟିଆ, ଇଛାବତୀପୁର, ବଳଭଦ୍ର ପୁର, ଚନ୍ଦ୍ରଶେଖର ପ୍ରସାଦ, ଗଙ୍ଗାଧର ପ୍ରସାଦ, ରେଗେଡା ଓ କେଶେରିଆରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ଓଡ଼ାପଡ଼ା ବ୍ଲକର ସଦର ଥାନା, ବୃନ୍ଦାବନ ପୁର, କାଶିଆଡିହି, ଗୁଣ୍ଡିଚା ପଡାର ଜଣେ ଲେଖାଏଁ ମୋଟ ଚାରି ଜଣ ଚିହ୍ନଟ ହୋଇଛନ୍ତି।

ଭୁବନ ବ୍ଲକର କାଶିପୁର, ଭୁବନ ଓ ଧଳପଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଏହା ବ୍ୟତୀତ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳରୁ ୬, ଭୁବନ ବିଜ୍ଞାପିତ ଅଞ୍ଚଳରୁ ୨, ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳରୁ ୩ ଓ ଡାକ୍ତରଖାନାର ଜଣେ ଚିହ୍ନଟ ହୋଇଛନ୍ତି।

ସୁସ୍ଥ ହୋଇ ଫେରିଛନ୍ତି ୧୧ ଜଣ ଓ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସଂଖ୍ୟା ୭୨୨। ରାଜ୍ୟରେ ସରକାରୀ ହିସାବରେ କରୋନାରେ ମୃତ୍ୟୁ ବରଣ କରିଥିବା ସଂଖ୍ୟା ୧୯ ଜଣ। ନିୟମିତ ମାସ୍କ ବ୍ୟବହାର କରନ୍ତୁ ଓ କଟକଣା ମାନି ଚଳନ୍ତୁ।

new life
You might also like
error: Content is protected !!