News
WhatsApp Image 2023-10-04 at 17.25.00
samparksetu

ଆପ୍ ରାଜ୍ୟ ଆବାହକଙ୍କ ଭରଚୁଆଲ ମିଟିଙ୍ଗ

ଓଡ଼ିଶା ଆମ୍ ଆଦମୀ ପାର୍ଟି ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ ଜିଲ୍ଲା କର୍ମୀ ମାନଙ୍କ ସହିତ ଏକ ଭରଚୁଆଲ ମିଟିଙ୍ଗ ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।

ଆପ୍ ତରଫରୁ ଆରମ୍ଭ ହୋଇଥିବା ବିଜୁଳି ସତ୍ୟାଗ୍ରହ ସାମୟିକ ଭାବେ ସ୍ଥଗିତ ରହିଛି ବୋଲି ତାଙ୍କ ଅଭିଭାଷଣରେ କହିଥିଲେ । କରୋନା ରୋଗରୁ ମୁକ୍ତ ହୋଇଥିବା ବ୍ୟକ୍ତି ମାନଙ୍କୁ ନେଇ ଆପ୍ ତରଫରୁ ପ୍ଳାଜ଼ମା ଡୋନର ଲିଷ୍ଟ କରାଯାଉଛି । କରୋନାରୁ ମୁକ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ପ୍ଳାଜ଼ମା ଦାନ କରିବାପାଇଁ ନିବେଦନ କରିଥିଲେ ।

ତାଛଡା ଆସନ୍ତା ପୌର ନିର୍ବାଚନରେ ଦଳ ତରଫରୁ ଜିଲ୍ଲାରେ ମୁନିସିପାଲିଟି ଏବଂ ବିଜ୍ଞାପିତ ପରିଷଦ ଅଞ୍ଚଳ ଗୁଡିକରେ ଆପ୍ ପାର୍ଥୀ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହି ଅଂଚଳରେ ଦଳୀୟ ସଂଗଠନକୁ ମଜବୁତ କରିବାପାଇଁ କର୍ମୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ଦଳର ଆର୍ଥିକ ସ୍ଥିତିକୁ ସୁଦୃଢ କରିବାପାଇଁ ଦଳୀୟ ସଦସ୍ୟ ଏବଂ ଜିଲ୍ଲାର ବଦାନ୍ୟ ବ୍ୟକ୍ତି ବିଶେଷଙ୍କୁ ମୁକ୍ତ ହସ୍ତରେ ମାସିକ ଦାନ ଦେବାପାଇଁ ନିବେଦନ କରାଯାଇଛି ।

ଦଳ ପକ୍ଷରୁ “ମାସିକ ୨୦୦ ୟୁନିଟ ଦେୟ ମୁକ୍ତ ବିଜୁଳି ଆମର ଅଧିକାର” ଶୀର୍ଷକରେ ଏକ ପ୍ରବନ୍ଧ ଲିଖନ ପ୍ରତିଯୋଗିତା କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଯେଉଁଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିବା ପ୍ରତିଯୋଗୀ ମାନଙ୍କୁ ଦଳ ପକ୍ଷରୁ ପୁରସ୍କାର ପ୍ରଦାନ ବ୍ୟବସ୍ଥା ରହିଛି ।

ଉକ୍ତ ପ୍ରତିଯୋଗିତାରେ ଆଗ୍ରହୀ ଛାତ୍ର ଛାତ୍ରୀ ଏବଂ ବୁଦ୍ଧିଜୀବୀ ମାନେ ଭାଗ ନେବାପାଇଁ ଅନୁରୋଧ କରାଯାଉଛି । ଏହି ଭରଚୁଆଲ ମିଟିଂରେ ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସମ୍ପାଦକ ତଥା ଆଇନଜୀବୀ ପ୍ରକାଶ ଚନ୍ଦ୍ର ରାଉତ ଯୋଗ ଦେଇଥିବା ୫୦ ରୁ ଉର୍ଦ୍ଧ୍ୱ ସଦସ୍ୟ ମାନଙ୍କୁ ଜଣକ ପରେ ଜଣେ ନିଜ ନିଜ ବକ୍ତବ୍ୟ ରଖିବାକୁ କହିଥିଲେ ।

new life
You might also like
error: Content is protected !!