News
WhatsApp Image 2023-10-04 at 17.25.00
samparksetu

କରୋନାର କରୁଣ କାହାଣୀ ; ମୂଖ୍ଯ ଚିକିତ୍ସାଳୟ ପରିସରରେ ଦୀର୍ଘ ସମୟ ଧରି ଖରାରେ ପଡିରହିଲା ଶବ !

ଢେଙ୍କାନାଳ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସେଠାକୁ ଚିକିତ୍ସିତ ହେବା ପାଇଁ ଆସିଥିବା ଜଣେ ମହିଳା କରୋନା ପଜିଟିଭ ଜଣାପଡିବା ପରେ ତାଙ୍କୁ ଫେରାଇ ଦିଆଯିବା ପରେ ସେ ଚିକିତ୍ସା ବିନା ରାସ୍ତାରେ ପ୍ରାଣ ହରାଇଥିଲେ ।ତେବେ ସବୁଠାରୁ ଦୁଃଖ ଦାୟକ ଘଟଣା ହେଲା ମୃତ୍ଯୁବରଣ ପରେ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟ ପରିସର ରେ ତାଙ୍କ ଶବ ଦୀର୍ଘ ସମୟ ଧରି ଖରାରେ ପଡିରହିଥିବା ବେଳେ ତାଙ୍କ ପରିବାର କୁ କେହି ସହାୟତାର ହାତ ବଢ଼ାଇ ନଥିଲେ ।

ସୂଚନା ମୁତାବକ ଯୋରନ୍ଦା ଅଞ୍ଚଳର ଜଣେ ମହିଳା ଅସୁସ୍ଥ ହୋଇ ଚିକିତ୍ସା ନିମେନ୍ତ ଢେଙ୍କାନାଳ ମୂଖ୍ଯ ଚିକିତ୍ସାଳୟକୁ ଆସିଥିଲେ ।ତାଙ୍କୁ ଚିକିତ୍ସା କରିବା ପୂର୍ବରୁ କରୋନା ପରୀକ୍ଷଣ ଦ୍ବାରା ସେ ସଂକ୍ରମିତ ହୋଇଥିବା ଜଣାପଡିଥିଲା ।ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କଠାରେ କରୋନା ସଂକ୍ରମଣ ସ୍ଥିତି ସମ୍ପର୍କ ରେ ଜାଣିବା ପାଇଁ କୌଣସିପ୍ରକାର ଗୁରୁତ୍ବ ଦିଆନଯାଇ କିଛି ଔଷଧ ଖାଇବା ପାଇଁ ଲେଖିଦିଆଯାଇଥିଲା।

ତାଙ୍କ ପରିବାର ସଦସ୍ୟଙ୍କ ମତାମତ ନେଇ ତାଙ୍କୁ ହୋମଆଇସୋଲେସନ ରେ ରହିବା ପାଇଁ ଘରକୁ ପଠାଇ ଦିଆଯାଇଥିଲା। ମାତ୍ର ଚିକିତ୍ସାଳୟରୁ ୨ କିଲୋମିଟର ଯିବାପରେ ସେ ନିସ୍ତେଜ ହୋଇ ପଡିଯିବାରୁ ପରିବାର ଲୋକେ ପୁଣି ତାଙ୍କୁ ସେଠାରୁ ଡାକ୍ତରଖାନାକୁ ଫେରାଇ ଆଣିଥିଲେ । ମହିଳା ଜଣକ ମରାଯାଇଥିବା ଜଣାପଡିବା ପରେ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀମାନେ ତାଙ୍କ ପାଖମାଡିନଥିଲେ।

ଏପରିକି ତାଙ୍କ ଶବ କୁ ସେଠାରୁ ଉଠାଇବାର ବ୍ଯବସ୍ଥା କରାନଯିବାରୁ ଦୀର୍ଘ ସମୟ ଧରି ଖରାରେ ମୃତ ଦେହ ପଡିରହିଥିଲା ।

ପରେ ଖବରପାଇ ମୁଖ୍ୟ ଚିକିତ୍ସାଅଧିକାରୀ ଙ୍କ ହସ୍ତକ୍ଷେପ ପରେ
ମୃତଦେହ କୁ ଶବ ସରଂକ୍ଷଣ ଗୃହକୁ ନେଇ ରଖିବାର ବ୍ଯବସ୍ଥା କରାଯାଇଥିଲା ।

ଏ ସମ୍ପର୍କରେ ମୃତ ମହିଳାଙ୍କ ସାଥିରେ ତାଙ୍କ ଝିଅ କୁହନ୍ତି ଯେ, ଦୁଇଦିନ ହେବ ମାଆର ଦେହ ଖରାପ ହେବାରୁ ତାଙ୍କୁ ଆଜି ଚିକିତ୍ସା ନିମେନ୍ତ ଆମ୍ବୁଲାନ୍ସ ରେ ଆଣୁଥିଲୁ। ତାଙ୍କର କରୋନା ପଜିଟିଭ ବାହାରିବା ପରେ ଡାକ୍ତର ପରାମର୍ଶ ଅନୁଯାଇ କିଛି ଔଷଧ ନେଇ ତାଙ୍କୁ ହୋମଆଇସୋଲେସନ ରଖିବାକୁ ଘରକୁ ଏକ ଅଟୋରେ ନେଇଥିଲୁ ।ବାଟରେ ତାଙ୍କ ମୃତ୍ୟୁ ହୋଇଥିବାର ଅନୁଭବ କରି ପୁଣି ଢେଙ୍କାନାଳ ମୂଖ୍ଯ ଚିକିତ୍ସାଳୟକୁ ଫେରି ଆସିଥିଲୁ । ମୋ ମା’ର ଶବକୁ ଏଠି ବାହାରେ ଖରାରେ ପକାଇଦିଆଯାଇଥିବା ବେଳେ ଛାଇରେ ଟିକେ ନେଇ କେଉଁଠି ରଖିବା ପାଇଁ କିମ୍ବା ଅନ୍ଯ କିଛି ବ୍ଯବସ୍ଥା କରିବା ପାଇଁ କାକୁତିମନତି ହୋଇ କହିବା ପରେ ମଧ୍ଯ କୌଣସି କର୍ମଚାରୀ ଶୁଣିନଥିଲେ ।

ଏ ସଂମ୍ପର୍କରେ ଜିଲ୍ଲା ମୂଖ୍ଯ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତାରାଣୀ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ ଜଣେ କରୋନା ପଜିଟିଭ ମହିଳାଙ୍କ ଶବ ଚିକିତ୍ସାଳୟ ପରିସର ରେ ପଡିଥିବା ଖବର ପାଇ ମୁଁ ସେଠାରେ ପହଞ୍ଚିଥିଲି ।ତାଙ୍କୁ ତୁରନ୍ତ ସେଠୁ ଉଠାଇବାର ବ୍ଯବସ୍ଥା କରିବା ସହ ଶବ ସତ୍କାର ପାଇଁ ପୌରସଂସ୍ଥାକୁ ଦାୟିତ୍ବ ଦେଇଥିଲେ ବୋଲି ସେ କହିଛନ୍ତି।

new life
You might also like
error: Content is protected !!