News
WhatsApp Image 2023-10-04 at 17.25.00
samparksetu

ଉପରମୁହାଁ କରୋନା ଗ୍ରାଫ ଗୋଟିଏ ଦିନରେ ୨୪୪ ଆକ୍ରାନ୍ତ ଚିହ୍ନଟ, ଘୋଷଣା ହେଲା ୩ ଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ !

ଦିନକରେ ୧୦,୦୩୧ ପଜିଟିଭ୍ ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୩୧ ସଂକ୍ରମିତ ଚିହ୍ନଟ, ଢେଙ୍କାନାଳ ଜିଲ୍ଲାରୁ ୨୪୪ଆକ୍ରାନ୍ତ ଚିହ୍ନଟ ।

ସଂକ୍ରମଣ ଚେନ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘାଘରମୁଣ୍ଡା ଗ୍ରାପ ଅନ୍ତର୍ଗତ ଖନ୍ଦ। ଗ୍ରାମ, ଗଁଦିଆ ବ୍ଲକକାବେରା ପଞ୍ଚାୟତ ଅନ୍ତର୍ଗତ ଦଧିସିଙ୍ଗା ଗ୍ରାମ ଓ ଭୁବନ ବ୍ଲକ ଧଳପଡା ରାସ୍ତା ନିକଟରେ ଥିବା ବାଲାଜି କ୍ୟାମ୍ପ କୁ ଆଜିଠାରୁ ୧୩ ତାରିଖ ସକାଳ ୭ ଟା ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।

ସୂଚନା ଅନୁଯାୟୀ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୧ ଘରୋଇ ସଙ୍ଗରୋଧ ରୁ ଏବଂ ୧୩ ଜଣ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି ।

ସେହିପରି ଗଁଦିଆ ବ୍ଲକ ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ଦଧିସିଙ୍ଗା ରୁ ୪୫, ବଲ୍ଲଭ ଓ ନେଉଳପୋଇରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ସନ୍ଥସରା, ଅନ୍ନପୁର, କନକନା, ଆମ୍ଭବାହାଳି, କାବେରା, ବିଧାରପୁର, ଗଁଦିଆ, ଯୋରନ୍ଦା, ଡି. ମାର୍ଥାପୁର ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

କଙ୍କଡାହାଡ଼ ବ୍ଲକ ଖନ୍ଦା ଗ୍ରାମରୁ ୪୪, ବାମ ଓ ବାଟଗାଁ ରୁ ୨ ଓ ଗଡ଼ପଳାଶୁଣୀ, ବିରାସାଳ, କଙ୍କଣା, ଜାରଡା ଓ ମହାବୀରରୋଡ଼ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଭୁବନ ବ୍ଲକ ୪୨ ଆକ୍ରାନ୍ତ ଙ୍କ ମଧ୍ୟରୁ, ବାଲାଜି କ୍ୟାମ୍ପରୁ ୧୪ ଜଣ, ଧଳପଡ଼ା ରୁ ୬, ମଣିପୁର , ଓଡ଼ିଶ, କାଇଁସିରିରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ସରଦେଇପୁରରୁ ୨ ଓ କୀର୍ତନପୁର, କିଙ୍ଗୋଳ , ଗୋଡ଼ାଭୁବନ, ଯମୁନାକୋଟ, ମଠକରଗୋଳା, ବାଲିସାହି, ବେଢା଼ପାଳ, ବାରୁଆଁ ( ବି-୧) , ମାଲୁଆଗୋଡ଼, ବାଲିବୋ ଓ ସାମଳାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଢେଙ୍କାନାଳ ମୁନିସିପାଳିଟିର ଶାମାଚରଣ ପୁର ଓ ଦେଉଳସାହି ରୁ ୩ ଲେଖାଏଁ, କୁଞ୍ଜକାନ୍ତ, ଦେଉଳସାହି, ଷ୍ଟେସନ ବଜାରରୁ ୨ ଜଣ ଲେଖାଏଁ ଓ ବନମାଳୀ ପ୍ରସାଦ, ମିନାବଜାର, କୋରିଆଁ, ଗୁଡ଼ିଆନାଳି, ହାଉସିଂବୋର୍ଡ, ଟାଉନପ୍ଲାନିଙ୍ଗ, ମାଣ୍ଡବାସାହି, ଶାସନ, ହାଟରୋଡ଼, ମହିଷାପାଟ ଓ ରତ୍ନବଜାର ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କାମାକ୍ଷାନଗର ବ୍ଲକ ତୁମୁସିଂହାରୁ ୪ , କାଳିଆହତାରୁ ୩, ଅଁଳାବେରଣୀ ଓ କଣ୍ଟାପାଳରୁ ୨ ଲେଖାଏଁ ଏବଂ କୋଟଗରା, ସମଟାଙ୍ଗୀ, ସାରୁଆଳି, ବାଲିପଡା, କଦଳିପାଳ, ମହୁଲପାଳ, କୁସୁମଯୋଡି ଓ ପଣ୍ଡୁଆ ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସଦରବ୍ଲକ ମାଣିପୁର ରୁ ୩, ବଲଭଦ୍ରପୁର, ସାଇଆଶ୍ରମ, ସିଏସ ପ୍ରସାଦ ରୁ ୨ ଲେଖାଏଁ ଓ ଗୁରୁଜଙ୍ଗ, ଛଣବୋଲୁଅ ଓ କଙ୍କଡ଼ାହାଡ଼, ସିଆରିଆ, ମଙ୍ଗଳପୁର, ପାରିଖେଦା, ଭାଲିଆବୋଳ କାଟେଣୀ, ତରଭା, ଗୋବିନ୍ଦପୁର ଓ ତାଳବରକୋଟ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି ହିନ୍ଦୋଳ ବ୍ଲକ ନୂଆପାଟଣା, ବାଙ୍କୀଡି, ଝରବେଡା, ଧଉଣ୍ଡିନାଳୀ, କଣ୍ଟମିଲା, ମେନକାପଶି, କମଣ୍ଡଳି, ବାରସିଙ୍ଗା, ପାଟଣା ଏଚଡିଏଲ, ଵନମାଳିପୁର ଓ ଉପରପାଳ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ବିଲେଇଖାଲି ରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।

ଓଡାପଡା ବ୍ଲକ ବଳଭଦ୍ରପୁରରୁ ୩, ପୋଡାପଡା , କାଶିଆଡିହି, ଗୁଣଦେଇ, ଜାରଦା, ଓ ଶଙ୍କରପ୍ରତାପପୁର ଶାସନ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ସେହିପରି କାମାକ୍ଷାନଗର ଏନଏସି ର ରେକୁଳା, ଅନନ୍ତପୁର, ମୁଣ୍ଡିଦେଉଳି, ଜିରିଡାମାଳି ଓ ରେକୁଳା ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ପରଜଙ୍ଗ ବ୍ଲକ ଗଇଲୋ, ପରଜଙ୍ଗ ଓ କୁଲେଇ ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ହସ୍ପିଟାଲରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ମହିଳା ଜଣଙ୍କ କଙ୍କଡ଼ାହାଡ଼ ବ୍ଳକ ର ମହାବୀର ରୋଡ଼ ଅଞ୍ଚଳର । ଅନ୍ୟପଟେ ଜିଲ୍ଲାରେ ୩୨ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

new life
You might also like
error: Content is protected !!