News
WhatsApp Image 2023-10-04 at 17.25.00
samparksetu

କରୋନା ହଜେଇଦେଲା ମାନବିକତା ; ଦୀର୍ଘ ସମୟ ଧରି ଘରେ ପଡ଼ିରହିଲା ଶବ , ପାଖ ମାଡ଼ିଲେନି ସାହିଭାଇ

ଘାରିଛି କରୋନା ଭୟ । ମୃତଦେହର ପାଖ ମାଡୁନାହାନ୍ତି ପରିବାରଲୋକେ । ଦୀର୍ଘ ସମୟ ହେଲା ପଡ଼ିରହିଲା ମୃତଦେହ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରେଣଦାପାଟଣା ଗାଁରେ ଘଟିଛି ଘଟଣା ।

କରୋନାରେ ଚାଲିଗଲା ଜୀବନ ଆଉ ମୃତଦେହ ଉଠାଇବାକୁ
ପରିବାର ସାହି ଭାଇ ପାଖ ମାଡିଲେନି । ମୃତକ ସେହି ଗାଁର ନିରଞ୍ଜନ ବେହେର(୩୬)ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ନ୍ୟୁଜ୍ ଚାନେଲ୍ ରେ ସିକ୍ୟୁରିଟି ଇନଚାର୍ଜ ଭାବେ କାର୍ଯ୍ୟ କରୁଥିଲେ।

କିଛି ଦିନ ତଳେ ଜ୍ବରରେ ଆକ୍ରାନ୍ତ ହୋଇଥିଲେ ,୨ ଦିନ ତଳେ ଘରକୁ ଏକ କାର ଯୋଗେ ଆସିଥିଲେ । ସୋମବାର ଭୋର ୪ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କର କୋଭିଡ ପଜେଟିଭ୍ ଥିବା ଜଣା ପଡିଥିଲା। ଦୀର୍ଘ ସମୟ ଧରି ତାଙ୍କର ଶବ ଘରେ ପଡି ରହିଥିଲା ।

ପରେ ଗ୍ରାମର ସୁଜିତ୍ ରାଉତ୍,ଶିବ ବେହେରା, ଙ୍କ ସହ ବାରୁଆଁ ଆର୍ ଆଇ ସୁନିଲ ନାୟକ,ଭୁବନ ତହସିଲଦାର ପ୍ରଭାତ ବେହୁରା ବିଜେପି ରାଜ୍ୟ କାର୍ଯ୍ୟକାରିଣି ସଭ୍ୟ ଶତ୍ରୁଘ୍ନ ଜେନା , ଯୁବ ସମାଜସେବୀ ମନୋରଞ୍ଜନ ଦାସ (ଅନଳ ), ପ୍ରତାପ ସ୍ୱାଇଁ( ମୁରୁଗାଁ) ପିପିଇ କିଟ ପିନ୍ଧି ଶବକୁ ସତ୍କାର କରିଥିଲେ ।

ଅନ୍ୟପଟେ କାମାକ୍ଷାନଗର ଏନଏସି ମୁଣ୍ଡି ଦେଉଳି ସାହିର ରାଜ୍ୟପାଳ ପୁରଷ୍କାର ପ୍ରାପ୍ତ ଅବସର ଶିକ୍ଷକ ସ୍ୟାମ ସୁନ୍ଦର ସାହୁ ଙ୍କ ଗତକାଲି ରାତିରେ କରୋନାରେ ମୃତ୍ୟୁ ହୋଇଥିଲା । ପରିବାରର ଅନ୍ୟମାନେ ଡାକ୍ତରଖାନାରେ ରେ କରୋନା ହେତୁ ଚିକିତ୍ସା ହେବା ହେତୁ ଗତକାଲି ଠାରୁ ଶବ ଘରେ ପଡି ରହିଥିଲା ସାହି ଭାଇ ଦେଖୁଥିଲେ ମଧ୍ୟ ଭୟରେ ପାଖ ମାଡ଼ି ନଥିଲେ । ପରେ ପ୍ରଶାସନିକ ଅଧିକାରୀ ଙ୍କ ଦ୍ଵାରା ଶବକୁ ସତ୍କାର ପାଇଁ ନିଆଯାଇଥିଲା ।

new life
You might also like
error: Content is protected !!