News
WhatsApp Image 2023-10-04 at 17.25.00
samparksetu

ଲକଡାଉନର ଫାଇଦା ଉଠାଉଛନ୍ତି ଠିକାଦାର! ଦିବାଲୋକରେ ମେସିନ ବ୍ୟବହାର କରି ପୋଖରୀ ଖନନ ଚାଲିଛି

କରୋନା କାଳରେ ଲକଡାଉନ ଥିବା ସମୟରେ ମେସିନ ଲଗାଇ ପୋଖରୀ ଖନନ। ଭୁବନ ବ୍ଲକର ଯମୁନାକୋଟ ପଞ୍ଚାୟତର ୫,୦୦୦୦୦ ଲକ୍ଷ ଟଙ୍କାର ମନରେଗା କାମ ମେସିନ ବ୍ୟବହାର କରାଯାଉଛି।

ସୂଚନା ମୁତାବକ ଏହି ପଞ୍ଚାୟତର ବ୍ରଜବନ୍ଧୁ ସାହୁଙ୍କ ଜମି ନିକଟରେ ଥିବା ପୋଖରୀ ଉନ୍ନତିକରଣ ନିମନ୍ତେ ଚଳିତ ବର୍ଷ କାର୍ଯ୍ୟାଦେଶ ଦିଆଯାଇଥିଲା। କରୋନା ପାଇଁ ସରକାର ଶନିବାର ଓ ରବିବାର ସମ୍ପୂର୍ଣ୍ଣ ବନ୍ଦ ବା ସଟଡାଉନ ରହୁଥିବା ସୁଯୋଗ ନେଇ ମେସିନ ସାହାଯ୍ୟରେ ଠିକାଦାର କାମ କରୁଥିବାରୁ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ଭୁବନ ବ୍ଲକର ଅଧ୍ୟକ୍ଷଙ୍କ ନିଜ ପଞ୍ଚାୟତରେ ଯଦି ଏହି ପରି ଦୁର୍ନୀତି ଚାଲିଛି ତେବେ ବ୍ଲକର ଅନ୍ୟ ପଞ୍ଚାୟତ କଥା ନ କହିବା ଭଲ। ପୂର୍ବରୁ ମଧ୍ୟ ଏହି ପରି କାମ ହୋଇଥିଲା ଯାହା ଆମେ ଗତବର୍ଷ ପ୍ରକାଶ କରିଥିଲୁ। ଆମେ ପ୍ରକାଶ କରିବା ପରେ ପ୍ରକଳ୍ପ ନିର୍ଦ୍ଦେଶକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଥିଲେ। ପୁନର୍ବାର କିଛି ସରକାରୀ ଅଧିକାରୀ ଓ ଠିକାଦାର ମିଶି ଏହି ପରି କାମ କରୁଛନ୍ତି।

କାମ ଆରମ୍ଭ ପୂର୍ବରୁ ସୁଚନା ଫଳକ ନିର୍ମାଣ କରିବା ନିୟମ ରହିଥିଲେ ମଧ୍ୟ ଏହା କରା ଯାଇ ନାହିଁ। କରୋନା ପାଇଁ ଲୋକ ଘରେ ହାତ ବାନ୍ଧି ବସିଥିବା ବେଳେ କିଛି ଅସାଧୁ ବ୍ୟକ୍ତି ଦୁର୍ନୀତି କରି ମାଲେମାଲ ହେଉଥିବାର ସାଧାରଣରେ ଅଭିଯୋଗ ହୋଇଛି ।

ଏ ନେଇ ଆମେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବା ପରେ ଜାଣିବାକୁ ପାଇଲେ ଯେ ସେ ପନ୍ଦର ଦିନ ହେଲା ଛୁଟିରେ ଅଛନ୍ତି। ସେ ଏ ଘଟଣା ଜାଣିବା ପରେ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ କାମ ହେଉଥିବା ସ୍ଥାନକୁ ପଠାଇବା ପାଇଁ କହିଥିଲେ ।

new life
You might also like
error: Content is protected !!