News
WhatsApp Image 2023-10-04 at 17.25.00
samparksetu

‘ପରଶ୍ରୀକାତରତା’

ପରିବାର ହସିଉଠେ ଯଦି ପରିବାର ବର୍ଗଙ୍କ ମଧ୍ଯରେ ସୁସମ୍ପର୍କ, ଆନନ୍ଦ, ହସ, ଖୁସି  ଏବଂ ଉତ୍ସାହ ଥାଏ। ଏଠାରେ ସମ୍ପର୍କ ବିଶ୍ୱାସ ଉପରେ ଆଧାରିତ ଓ ସମସ୍ତେ ପରସ୍ପର ପ୍ରତି ସହାନୁଭୂତି ଶୀଳ ହୋଇ ରହି ଥାଆନ୍ତି ।

ଯେତେବେଳେ ପରସ୍ପର ଭିତରେ ଈର୍ଷା, ଦ୍ବେଷ ବା ପରଶ୍ରୀକାତରତା ବାସ କରେ ସେତେବେଳେ ପରିବାର ତଥା ବ୍ୟକ୍ତିଗତ ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ। ଫଳରେ ସମ୍ମାନ ହାନୀ ହୁଏ। ଜୀବନ ଅସୁରକ୍ଷିତ ହୋଇପଡେ। ଉତ୍ତେଜନା ର ବାତାବରଣ ପରିବାର ଭିତରେ ସର୍ବଦା ରହିଥାଏ।  ସନ୍ଦେହ ର ବାତାବରଣ  ରହିଥିବା ଫଳରେ ସତ୍ଯ ପଦାକୁ ସହଜ ରେ ଆସି ପାରେ ନାହିଁ। ଫଳରେ ବ୍ଯଥୀତ ବ୍ଯକ୍ତି ଟି ବେଳେବେଳେ କ୍ଷୁବ୍ଧ ହୋଇଥାଏ।  ପରିବାର ରେ ଅଶାନ୍ତି ବୃଦ୍ଧି ପାଏ। କରୁଣାର ଅନୁଶାସନ ରୁ ବଞ୍ଚିତ ହେବାକୁ ପଡେ । ଅର୍ଥପୂର୍ଣ୍ଣ ସହଭାଗୀତା ର ଅଭାବ ହୁଏ ।

ବେଳେବେଳେ ପରିବାର ବାହାରେ ରହିଥିବା ସମ୍ପର୍କୀୟ ମାନଙ୍କ ର ଅସହିଷ୍ଣୁତା ସମ୍ପର୍କ କୁ ଖରାପ କରିଥାଏ। କୌଣସି ସଦସ୍ଯ ର ଉନ୍ନତି କୁ ସହଜରେ ସେମାନେ ଗ୍ରହଣ କରିପାରନ୍ତିନି। ବରଂ ତା ବିରୁଦ୍ଧ ରେ ନାନା କୁତ୍ସାରଟନା କରିଥାଆନ୍ତି। “ସେ କଣ ରୋଜଗାର କରୁଛି କି ? ଖରାପ ଟା। ମୋ ପୁଅ ବା ଝିଅ ତା ଠାରୁ ଅଧିକ ରୋଜଗାର କରିବେ।ଲକ୍ଷାଧିକ ଟଙ୍କା ପାଇବେ”। ଏହିପରି କହିଥାଆନ୍ତି ଓ ଅନ୍ଯ ର  ଜୀବନରେ ଅନେକ ଅନାବଶ୍ୟକ ଚାପ ପ୍ର୍ରୟୋଗ କରି  ପ୍ରବଳ ଭାବପ୍ରବଣତା ସୃଷ୍ଟି କରିଥାଆନ୍ତି। ସଫଳତା କୁ ପ୍ରଭାବିତ କରିଥାଆନ୍ତି। ସେମାନେ  ଭୁଲିଯାଆନ୍ତି ଯେ ଆଗକୁ ବଢିଥିବା ବ୍ଯକ୍ତି ଟି ଆହୁରି ଆଗକୁ ଚାଲିଯାଇଥିବ। କାରଣ ସେ ଉନ୍ନତି ର ରାସ୍ତା ଦେଖିସାରିଛି।

ସମାଲୋଚନା କରୁଥିବା ବ୍ୟକ୍ତିମାନଙ୍କ ଠାରେ ନକରାତ୍ମକ ଭାବନା ଦୃଢିଭୂତ ହେଉଥିବା ଫଳରେ ସେମାନେ ସକରାତ୍ମକ ରାସ୍ତା ରୁ ପଥବିଚ୍ବୁତ ହୋଇଯାନ୍ତି। ଦୈବାତ ବଶତଃ ତାଙ୍କର ପିଲାମାନେ ଯଦି କୃତକାର୍ଯ୍ୟ ହେବାରେ ବିଳମ୍ବ କଲେ ତେବେ ପିତା ମାତା ଙ୍କର ନକରାତ୍ମକ ଭାବନାର ଶିକାର ହୋଇଥାନ୍ତି। ଫଳରେ ଆତ୍ମହତ୍ଯା ଜନିତ ଦୁର୍ଘଟଣା ଘଟେ। ପରିବାର ରେ ଅଶାନ୍ତି ଖେଳିଯାଏ।ଏହିପରି ଲୋକମାନେ ଅନ୍ୟକୁ ଆଘାତ ଦେଇ ନିଜର ପିଲାମାନଙ୍କୁ ବି ମାନସିକ ଆଘାତ ଦେଇଥାନ୍ତି। ସେମାନେ ନିଜକୁ ଅସୁରକ୍ଷିତ ବୋଲି ପରୋକ୍ଷ ରେ ସୂଚନା  ଦେଇଥାନ୍ତି। ସେମାନେ ସଫଳତା ର ପାହାଚ ରେ ଚଢ଼ୁଥିବା ବ୍ଯକ୍ତି କୁ ନିମ୍ନଦୃଷ୍ଟି ରେ ଦେଖିଥାଆନ୍ତି ।

ସଫଳତାରେ ଅଗ୍ରଗତି କରୁଥିବା ବ୍ଯକ୍ତି ଟି ଯଦି ସାମାନ୍ଯ ଭୁଲ କରିଦିଏ ତେବେ ଏହି ନକରାତ୍ମକ  ବ୍ଯକ୍ତିମାନେ ତାର ବିରୁଦ୍ଧ ରେ ପ୍ରବଳ ଅପପ୍ରଚାର କରିଥାନ୍ତି। ସେହିପରି ଅସହିଷ୍ଣୁ ଲୋକମାନଙ୍କଠାରୁ ନିଜକୁ ଦୂରେଇ ରଖିବା ଉଚିତ୍ ଓ ସେମାନଙ୍କ ସହିତ ସାଧାରଣ ସମ୍ପର୍କ ରଖିବା ଉଚିତ।

ନିଜର ଲକ୍ଷ ସାଧନ କରିବା ପାଇଁ ପରିବାର ଓ ସମ୍ପର୍କୀୟ ମାନଙ୍କର ଅବଦାନ ବହୁତ। କେହି ସଫଳତା ପାଇଲେ ସେମାନେ ଗର୍ବିତ ହେବା ଉଚିତ। ପରିବାର ଓ ସମ୍ପର୍କୀୟ ମାନେ ସ୍ନେହୀ ଓ ଯତ୍ନଶୀଳ  ହୋଇପାରିଲେ ପରିବାର ମଧ୍ଯ ରେ ଶାନ୍ତି ବିରାଜମାନ ହେବ ଓ ସକରାତ୍ମକ ଚିନ୍ତାଧାରା ବୃଦ୍ଧି ପାଇବ।

✍️ ଅକ୍ଷୟ କୁମାର ମିଶ୍ର

new life
You might also like
error: Content is protected !!