News
WhatsApp Image 2023-10-04 at 17.25.00
samparksetu

ବଞ୍ଚିଥିଲା ବେଳେ ମିଳୁଥିଲା ବହୁ ସମ୍ମାନ କିନ୍ତୁ ମଲା ପରେ ମିଳିଲାନି ଚାରିକାନ୍ଧ , ପ୍ରଶାସନ ଶବ ଉଠେଇଲା ସତ କିନ୍ତୁ କଲାନି ଶବ ସତ୍କାର !

କୋଭିଡ ଭଳି ମହାମାରୀର ସଂକ୍ରମଣ ସାରା ବିଶ୍ୱ ବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଫଳରେ ସଂକ୍ରମଣ ରୋକିବାକୁ ବାଧ୍ୟହୋଇ ଲକଡାଉନ ସର୍ଟଡାଉନ ଆଦି ଘୋଷଣା ଯୋଗୁଁ ଅର୍ଥନୀତି ଭୁଶୁଡି ଗଲାଣି । ଏପଟେ କିନ୍ତୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପ୍ରଶାସନର ବେଫିକର ମନୋଭାବ ଲୋକଙ୍କୁ ଚିନ୍ତାର ପକାଇଛି । ଜିଲ୍ଲାର ଏମିତି ଜଣେ ବ୍ୟକ୍ତି, ଯାହାଙ୍କୁ ବଂଚିଥିବାବେଳେ ଏତେ ସମ୍ମାନ ମିଳୁଥିଲା । ହେଲେ ମଲା ପରେ ତାଙ୍କ ଶବ ହୋଇଗଲା ଅଲୋଡ଼ା ।  ଅନ୍ତିମ ସଂସ୍କାର କରିବାକୁ ବି କେହି ଆସିଲେ ନାହିଁ ।

କାମାକ୍ଷାନଗର ମୁଂଡିଦେଉଳି ଅଂଚଳର ଜଣେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଶ୍ୟାମସୁନ୍ଦର ସାହୁଙ୍କ ପରିବାର ର ୫ଜଣ ସଦସ୍ୟ କୋଭିଡ ସଂକ୍ରମିତ ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି । ହେଲେ ଉକ୍ତ ଶିକ୍ଷକ ଘରେ ଆଇସଲେସନରେ ଥିବାବେଳେ ରବିବାର ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁର ଦୀର୍ଘ ୧୨ଘଣ୍ଟା ବିତି ଯାଇଥିଲେ ମଧ୍ୟ ସମ୍ପର୍କୀୟଙ୍କ ଠାରୁ ଆରମ୍ଭ କରି ସାହି ପଡିଶାଙ୍କ ପର୍ଯ୍ୟନ୍ତ ସଂକ୍ରମଣ ଭୟରେ କେହି ପାଖକୁ ଯାଇନଥିଲେ ।

ଫଳରେ ଦୀର୍ଘ ସମୟ ଧରି ମୃତଦେହ ଘରେ ପଡି ରହିଥିଲା । ପରେ କାମାକ୍ଷାନଗର ଏନ୍ଏସି କର୍ତ୍ତୃପକ୍ଷଙ୍କ ସହଯୋଗରେ ସୁଇପରମାନେ ପିପିଇ କିଟ୍ ପିନ୍ଧି ମୃତଦେହକୁ ଉଠାଇଥିଲେ । ହେଲେ ଅନ୍ତିମ ସତ୍କାର କରି ନ ଥିଲେ । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକଙ୍କର ଶବ କାମାକ୍ଷାନଗର ଗୁଣ୍ଡିଚାନାଳୀ ଜଙ୍ଗଲରେ ପଡିଥିଲା । ଯାହାର ଭିଡିଓ ଭାଇରାଲ୍ ହେବାରେ ଲାଗିଥିଲା ।
ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

ସେପଟେ କାମାକ୍ଷାନଗର ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିରଜା ପ୍ରସାଦ ରଥ କହିଛନ୍ତି, ମୃତଦେହ ପୋତିବା ପାଇଁ ଜେସିବି ମେସିନ ଡକାଯାଇଥିଲା । ମେସିନ ବିଳମ୍ବରେ ପହଞ୍ଚିବାରୁ ମୃତଦେହକୁ ଏକ ଗଛ ମୂଳେ ରଖାଯାଇଥିଲା ।

ତେବେ ପ୍ରଶ୍ନ ଉଠୁଛି ଶବ ସକାଳୁ ନିଆଗଲା ସଂନ୍ଧ୍ୟା ପର୍ଯ୍ୟନ୍ତ ପଡି ରହିଲା କାହିଁକି ? ମୃତ ଦେହକୁ ଶବଦାହ ନକରାଯାଇ ପୋତା ଗଲା କାହିଁକି ?

new life
You might also like
error: Content is protected !!