News
WhatsApp Image 2023-10-04 at 17.25.00
samparksetu

ଅସରାଏ ବର୍ଷାରେ ସହରର ଅଳିଆ ଆବର୍ଜନା ରାସ୍ତା ଉପରେ

ଢେଙ୍କାନାଳ ସହରରେ କାଳ ବୈଶାଖୀ ଯୋଗୁଁ ଆଜି ଦିନ ୧୨ଟା ବେଳେ ଅସରାଏ ବର୍ଷାରେ ଢେଙ୍କାନାଳ ପୌରାଞ୍ଚଳ ସାରା ରାସ୍ତା ଉପରେ ଅଳିଆ ଆବର୍ଜନା ଏକାଠି ହୋଇଗଲା । ପ୍ରକାଶ ଥାଉ କି ପ୍ରତ୍ୟେକ ବର୍ଷ ବର୍ଷା ଦିନ ପୂର୍ବରୁ ସହରର ଗଳି କନ୍ଧି ରେ ଥିବା ଡ୍ରେନ ଗୁଡିକରୁ ଅଳିଆ ଆବର୍ଜନା ସହିତ ପଡ଼ିଥିବା ବାଲି ମାଟି ଗୋଡି ସବୁ ବାହାର କରାଯାଏ ।

ମାତ୍ର ତାହା ଏବେ ବର୍ଷକୁ ଥରେ ମଧ୍ୟ କଢ଼ା ହେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଫଳରେ ଆଜିର ବର୍ଷାରେ ଡ୍ରେନ ଗୁଡିକ ଉଛୁଳି ରାସ୍ତା ଉପରେ ମଇଳା ପାଣି ବହିବା ସହିତ ଅଳିଆ ଆବର୍ଜନା ଗୁଡିକ ରାସ୍ତା ଉପରେ ପଡ଼ି ରହିଛି ।

ଫଳରେ ସହରର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରଥ ଗଡା ପରିବା ମାର୍କେଟ ପାଖରେ ଡ୍ରେନ ଜାମ୍ ଥିବାରୁ ଗଣେଶ ବଜାର ପର୍ଯ୍ୟନ୍ତ ମଇଳା ପାଣି ରାସ୍ତା ଉପରେ ଚାଲୁଛି ମୀନା ବଜାର କୁମ୍ଭାର ସାହି ଦଣ୍ଡା ରାସ୍ତାର ଅବସ୍ଥା କହିଲେ ନସରେ , ସ୍ଥାନୀୟ ବାସିନ୍ଦାମାନେ ଅନେକ ଥର ପୌରାଧ୍ୟାକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଡ୍ରେନେଜ ବ୍ୟବସ୍ଥା ସୁଧୁରୁନାହିଁ ।

ସେହିପରି ଜିଲ୍ଲାର ଟାଉନ ପ୍ଲାନିଂ ୱାର୍ଡ ନଂ ୨୦ର ଢାଙ୍କୁଣିଆ ସାହି ଠାରୁ ଏଲ ଏମ ହାଇସ୍କୁଲ ପର୍ଯ୍ୟନ୍ତ ମଙ୍ଗଳା ମନ୍ଦିର ପାଖ ମୁଖ୍ୟ ରାସ୍ତା ଉପରେ ଡ୍ରେନ ପାଣି ସହିତ ବର୍ଷା ପାଣି ଜମି ଅନେକ ଦିନ ରହୁଛି । କାରଣ ସେ ପାଣି ନିଷ୍କାସିତ ହୋଇପାରୁନାହିଁ ।

ଏହି ରାସ୍ତାଟି ପୂର୍ତ୍ତ ବିଭାଗ ପାଖରେ ଥିବାବେଳେ ଏବଂ ସେଠାରେ ବିଭାଗୀୟ ଉପରିସ୍ଥ ଯନ୍ତ୍ରୀଙ୍କ ଅଫିସ ଥିବାବେଳେ ସେମାନେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ।

ଏ ନେଇ ସ୍ଥାନୀୟ ବାସିନ୍ଦା ତଥା ସମାଜସେବୀ ଶ୍ରୀ ପଙ୍କଜ ନାୟକ କୁହନ୍ତି ସହରର ଅଧିକାଂଶ ଅଞ୍ଚଳ ଅଵସ୍ଥା ଏ ଭଳି ସହରର ଗଳି କନ୍ଧିରେ ଅନାବଶ୍ୟକ ମାଟି, ବାଲି, ପଥର, ଗୋଡି ପଡ଼ିରହିଛି ଏବଂ ଅନେକ ଯାଗାରେ କିଛି ଲୋକମାନଙ୍କର ନିଜସ୍ୱ ଗାଡ଼ି ରଖିବା ଯୋଗୁଁ ଯାତାୟାତ ଭିଡ଼ ହେଉଥିବା ବେଳେ ଡ୍ରେନ ମଧ୍ୟ ଜାମ୍ ହେଉଛି ।

new life
You might also like
error: Content is protected !!