ଢେଙ୍କାନାଳ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟ।ଳୟରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ମିଲର ଆକ୍ରମଣ କରିଥିବା ପୋଲିସ ରେ ଅଭିଯୋଗ ହୋଇଛି ।
ଏହି ଘଟଣାକୁ ନେଇ ମିଲର ବିରୋଧରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି । ଜିଲ୍ଲା ଯୋଗାଣ ଆଧିକାରୀଙ୍କ କାର୍ଯ୍ୟ।ଳୟର ପ୍ରୋକ୍ୟୁମେଣ୍ଟ ଇନିସପେକ୍ଟର ଲୋପାମୁଦ୍ରା ଧଳ ଙ୍କୁ ପିଡିଏନ ରାଇସମିଲର ମାଲିକ ନିରାକର ନାଏକ ଖରାପ ଚାଉଳ ପାସ କରିଦେବା ପାଇଁ ଚାପ ପକାଉଥିବାର ଅଭିଯୋଗ ହୋଇଛି ।
ତେବେ ମହିଳା ଅଧିକାରୀ ଜଣଙ୍କ ଏ ପ୍ରସ୍ତ।ବରେ ରାଜି ହୋଇ ନଥିଲେ । ଏଥିରେ ରାଇସ ମିଲର ମାଲିକ ରାଗିଯାଇ ମହିଳାଙ୍କ ହାତ ମୋଡି ଦେଇଥିବାର ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ପରେ ଟାଉନ ଥାନା ପୋଲିସ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଏ ଘଟଣା କୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ମିଲର ଙ୍କ ବିରୋଧରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।