News
WhatsApp Image 2023-10-04 at 17.25.00
samparksetu

ସ୍ମୃତିରେ ତୁମେ


ତାଜମହଲର       ମାରବଲ  ତୁମେ
       ଉଦୟପୁରର  କିଲ୍ଲା !
ଗଙ୍ଗଶିଉଳିର    ଝରାଫୁଲ  ତୁମେ
      ସ୍ମୃତି ପୁଷ୍କରର  ମେଳା !!
ଆରବ ମାଟିର     ମରୁଭୂମି ତୁମେ
    ବୈଶାଖୀ  ଖରାର  ତାତି !
ପହିଲି ଆଷାଢ଼    କଳାମେଘ ତୁମେ
     ଅଦିନେ ଥରାଅ  ଛାତି  !!
ଧରା  ଶିରାବଣ    ବାରିଧାରା ତୁମେ
     ଆଶାର   ବୈତରଣୀ  !
ବିଶ୍ୱବ୍ୟାଙ୍କର      ଅଂଶୀଦାର  ତୁମେ
     କରିଦେଲ  ଚିରଋଣୀ !!
ସମ୍ପର୍କ ର  ତୁମେ    ହୀରାକୁଦ ସେତୁ
        ରକ୍ତିମ ଗୋଲାପ ବାସ୍ନା !
ଖଣ୍ଡଗିରିର               ଶିଳାଲେଖ ତୁମେ
        ଖୋଦିତ  ପ୍ରସ୍ତର  ଚି଼ହ୍ନ !!
କାଳାବୈଶାଖୀର         ଝଡବର୍ଷା  ତୁମେ
       ଭିଜା  ଭୋଦୁଅର  ମାଟି !!
କରୋନା  ରୋଗର  କୋଭାକସିନ ତୁମେ
       ଅକ୍ସିଜେନ ଦେଲକାଟି !!

✍️ ସୂର୍ଯ୍ୟ ନାୟକ, ନବକିଶୋର ପୁର
        

new life
You might also like
error: Content is protected !!