News
WhatsApp Image 2023-10-04 at 17.25.00
samparksetu

କଙ୍କଡାଷୋଡ ହତ୍ୟା ଘଟଣା ଚାରି ଗିରଫ

ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡାଷୋଡ ଗ୍ରାମରେ ଗତ ୧୯-୨-୨୧ ରିଖରେ ହତ୍ୟାର ଶିକାର ହୋଇଥିଲେ ପୂର୍ଣ ଚନ୍ଦ୍ର ବାଇ । ଏହି ମାମଲା ରେ ୨୬-୨ ରେ ହତ୍ୟାରେ ସଂପୃକ୍ତ ସିପୁନ ଭୋଇ, ଟୁକୁନା ଭୋଇ ଓ ଭଜମନ ଭୋଇଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ଓ ସେମାନେ ଅଦ୍ୟାବଧି ଜେଲରେ ଅଛନ୍ତି।

ତେବେ ବୁଧବାର ଅନ୍ୟ ଚାରି ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟ ରୁ ପବିତ୍ର ଭୋଇ ଓ ଅର୍ଚନା ଭୋଇ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇ ଜାମିନୀ ନାମଞ୍ଜୁର ହେବାରୁ କୋର୍ଟ ସେମାନକୁ ଜେଲକୁ ପଠେଇଦିଆ ଯାଇଥିବା ବେଳେ । ଏହି ହତ୍ୟାରେ ଜଡିତ ସେହି ଗ୍ରାମ କଙ୍କଡାଷୋଡର ଅନ୍ୟଦୁଇ ଜଣ ନାବାଳକଙ୍କୁ ମଧ୍ୟ ଧରାଯାଇ ଢେଙ୍କାନାଳ ସ୍ଥିତ ବାଳ ଅପରାଧୀ ନ୍ୟାୟିକ ବୋର୍ଡ଼ରେ ସମସ୍ତ କାଗଜ ପତ୍ର ସହିତ ହାଜର କରାଯାଇଥିଲା ।

ଦୁଇ ନାବାଳକଙ୍କୁ ଅନୁଗୁଳ ସ୍ଥିତ ବାଳ ସୁଧାର ଗୃହକୁ ପଠେଇ ଦେଇଥିବାର ପରଜଙ୍ଗ ଥାନା ର ଭାରପ୍ରାପ୍ତ ଅଧିକାରୀ ସୋଭାଗ୍ୟ କୁମାର ସ୍ୱାଇଁ ଙ୍କ ସୂତ୍ର ରୁ ପ୍ରକାଶ ।

new life
You might also like
error: Content is protected !!