News
WhatsApp Image 2023-10-04 at 17.25.00
samparksetu

ଅଷ୍ଟଶମ୍ଭୁ ମନ୍ଦିରରୁ ଚୋରି !

ଆଜି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଖୁଣ୍ଟୁଝରି ଗ୍ରାମ ପଞ୍ଚାୟତରେ ଥିବା ଅଷ୍ଟଶମ୍ଭୁ ମନ୍ଦିର ଚୋରି ହୋଇଥିବାର ସୂଚନା ମିଳିଛି ।

ମନ୍ଦିର ପୂଜକ କହିବାନୁସାରେ ଆଜି ଭୋର ସମୟରେ ମନ୍ଦିର ପୂଜା କରିବା ପାଇଁ ମନ୍ଦିରକୁ ଆସିଥିବା ବେଳେ ମନ୍ଦିରର ବାହାରେ କିଛି ଜିନିଷ ପତ୍ର ଏଠି ସେଠି ପଡିଥିବାର ଦେଖିଥିଲେ । ତାଙ୍କ କହିବା ଅନୁଯାୟୀ ମୁଖଶାଳାରେ ଲାଗିଥିବା ୩ କିଲୋ ଓଜନର ବଡ଼ ଘଣ୍ଟି ଓ ଛୋଟ ଘଣ୍ଟି ନାହିଁ, ହନୁମାନଙ୍କ ମନ୍ଦିରରୁ ପୂଜା ସାମଗ୍ରୀ ସହିତ ଆସବାପତ୍ର ସବୁ କେହି ଚୋରି କରି ନେଇଛି ।

ଏ ନେଇ ସଙ୍ଗେ ସଙ୍ଗେ ପୂଜକ ମନ୍ଦିର କମିଟିର ସଦସ୍ୟଙ୍କୁ ଜଣାଇଥିଲେ । ଗ୍ରାମର କିଛି ସ୍ବେଚ୍ଛାସେବୀ ଯୁବକ ମାନେ ମନ୍ଦିରରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ, କିନ୍ତୁ କିଛି ଜିନିଷ ପାଇ ନଥିଲେ । ଏମିତି ଆଗରୁ ତିନି ଚାରି ଥର ଚୋରି ହୋଇଥିବା ବେଳେ ,ଏ ନେଇ ଏକ ଅଭିଯୋଗ ଥାନାରେ କରାଯାଇଥିବାର ସୂଚନା ମିଳିଛି ।

new life
You might also like
error: Content is protected !!