News
WhatsApp Image 2023-10-04 at 17.25.00
samparksetu

ଦବିଲା କୂଅ , ଅଞ୍ଚଳବାସୀ ଭୟଭୀତ !

ଭୁବନ ଏନଏସି ଅନ୍ତର୍ଗତ ୪ନମ୍ବର ୱାର୍ଡ ଥୋରିଆ ସାହିରେ ବୁଧବାର ଅପରାହ୍ନରେ ଏକ କୂଅ ହଠାତ ଦବି ଯାଇଛି । ଯାହାକୁ ନେଇ ଅଞ୍ଚଳ ବାସୀ ଭୟଭୀତ ହୋଇପଡିଛନ୍ତି । ଜଣେ ମହିଳା କୂଅରୁ ପାଣି କାଢୁଥିବା ବେଳେ ହଠାତ କୂଅଟି ଦବି ଯାଇଥିଲା । କୂଅର ଚାନ୍ଦିନି ଠିକଠାକ ଥିବା ବେଳେ ତଳୁ କୂଅ ଦବି ଯାଇଥିବାର ଦେଖିବାକୁ ମିଳିଛି ।

ଖବର ପାଇ ଏନଏସି ର କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ରନାଥ ସାହୁ ଘଟଣାସ୍ଥଳ ପରିଦର୍ଶନ କରି ଏହାର ଅନୁଧ୍ୟାନ କରି ଏହାକୁ ଯଥାଶୀଘ୍ର ମରାମତି କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

new life
You might also like
error: Content is protected !!