News
WhatsApp Image 2023-10-04 at 17.25.00
samparksetu

ଈଦ୍ ମୁବାରକ

ଶେଷ ହୋଇଛି ପବିତ୍ର ରମଜାନ ମାସର ରୋଜା । ଗତକାଲି ସନ୍ଧ୍ୟାରେ ଚନ୍ଦ୍ର ଦେଖି ରୋଜା ସମାପ୍ତ ପୂର୍ବକ ଆଜି ଇସଲାମି ଧର୍ମାବଲମ୍ବୀ ଈଦ୍-ଉଲ୍-ଫିତର ନମାଜ ପାଠ କରିଛନ୍ତି।
ପ୍ରତ୍ୟେକ ବର୍ଷ ସମସ୍ତ ହିନ୍ଦୁ ମୁସଲମାନ ଭାଇମାନେ ମିଳିତଭାବେ ଏହି ପବିତ୍ର ପର୍ବ ଟିକୁ ପାଳନ କରିଥାଆନ୍ତି ମାତ୍ର କୋରୋନା ମହାମାରୀର ସଂକ୍ରମଣକୁ ଆଖି ଆଗରେ ରଖି ଧାର୍ମିକ ଅନୁଷ୍ଠାନ ମାନଙ୍କରେ ପ୍ରଶାସନର କଟକଣା ଚଳିତବର୍ଷ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି କରିଛି ।

ଫଳରେ ପ୍ରଶାସନର ନିର୍ଦ୍ଦେଶ କ୍ରମେ ଶ୍ରଦ୍ଧାଳୁମାନେ ନିଜ ନିଜ ଘର ପ୍ରାଙ୍ଗଣରେ ଈଦ୍ ନମାଜ୍ ପାଠ କରି ବେଶ୍ ନିରାଡମ୍ବର ଭାବେ ପାଳନ କରିଛନ୍ତି ଏହି ପର୍ବ ।

ପବିତ୍ର ରମଜାନ ମାସର ଈଦ୍ ପର୍ବ ଟି ଶାନ୍ତି ମୈତ୍ରୀ ତଥା ପ୍ରୀତି ର ସନ୍ଦେଶ ଦେଇଥାଏ । ଇସଲାମ ବିଧାନ ଅନୁସାରେ ଗରିବ, ଅସହାୟ ତଥା ବିଧବା ମାନଙ୍କୁ ମଧ୍ୟ ଏହି ସମୟରେ ସାହାଯ୍ୟ ର ହାତ ବଢ଼ାଇବାକୁ ଯାଇ ଈଦ୍ ପୂର୍ବରୁ ସେମାନଙ୍କୁ ଫିତ୍ରାନା ନାମକ ରାଶି ପ୍ରଦାନ କରାଯାଇଥାଏ । ଯାହା ଫଳରେ ସେମାନେ ମଧ୍ୟ ଏହି ଅବସରରେ ଅନ୍ୟ ମାନଙ୍କ ଭଳି ଏହି ପର୍ବ ଟିକୁ ପାଳନ କରିଥାଆନ୍ତି । ଏହି ପବିତ୍ର ଅବସରରେ ଈଦ୍ ପର୍ବ ସମସ୍ତଙ୍କ ପାଇଁ ସୁଖ-ସମୃଦ୍ଧି ଆଣିଦେଉ ଏହା ହିଁ ଆମର କାମନା ।

✍️ ଅନସାର୍ ଅଲୀ ଖାଁ
ପ୍ରଭାରି ଅହମଦିୟା ମୁସଲିମ ସମ୍ପ୍ରଦାୟ ସୋଲାପୁର

new life
You might also like
error: Content is protected !!