କୋଭିଡ ମହାମାରୀ ପାଇଁ ଚାରିଆଡେ ଅକ୍ସିଜେନ ଅଭାବ ଦେଖାଦେଇଛନ୍ତି । ଅକ୍ସିଜେନ ଅଭାବରୁ ଗୁରୁତର ରୋଗୀ ମୃତ୍ୟୁ ବରଣ କରୁଛନ୍ତି ।
ତେଣୁ ଢେଙ୍କାନାଳ ଗୁଣ୍ଡିଚାପଡ଼ା ଠାରେ ବନ୍ଦ ପଡିଥିବା ଓଡିଶା ଏୟାର ପ୍ରଡକ୍ଟ କାରଖାନା ଚାଲୁ କରିବା ପାଇଁ ଦାବି ହେଉଛି ।
ପୂର୍ଵରୁ ଏହି କାରଖାନାରୁ ଅକ୍ସିଜେନ ପ୍ରସ୍ତୁତ ହେବା ସହ ସିଲିଣ୍ଡରରେ ଭର୍ତ୍ତି କରି ରାଜ୍ୟ ତଥା ରାଜ୍ୟ ବାହାରକୁ ଯୋଗାଣ ହେଉଥିଲା । ବିଗତ କିଛି ବର୍ଷ ହେବ ଏହା କୌଣସି କାରଣରୁ ବନ୍ଦ ହୋଇ ପଡିଛି । କାରଖାନାରେ ଯନ୍ତ୍ରପାତି ଗୁଡିକ ସଠିକ ଥିବା ବେଳେ ଏହାକୁ କାର୍ଯ୍ୟକ୍ଷମ କରାଇପାରିଲେ ସେଠାରେ ଅକ୍ସିଜେନ ପ୍ରସ୍ତୁତ ହୋଇ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯୋଗାଣ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି ।