News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣର ୨୪ ଘଣ୍ଟା ନପୁରୁଣୁ ଡାଇଭର୍ସନ ରାସ୍ତା ଉପରେ ପଡ଼ିଲା କ୍ରସର ଡଷ୍ଟ ; ଆରମ୍ଭ ହେଲା ପୋଲ କାମ

ଭାଲୁମୁଣ୍ଡା ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ତୁମୁଁସିଙ୍ଗା ଥାନା ନିକଟରେ ଗୋଟିଏ ପୋଲ କାମ ଛଅ ସାତ ମାସ ହେଲା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହୋଇ ନାହିଁ। ପୋଲ କାମ ଚାଲୁଥିବା ହେତୁ ଶିଶୁ ମନ୍ଦିର ଦେଇ ବିକଳ୍ପ ରାସ୍ତା ହୋଇଥିଲା। ବର୍ଷା ହେଲେ ଏହି ରାସ୍ତା ଦେଇ ଯିବା ଆସିବା ଅସମ୍ଭବ ହୋଇ ପଡିଥିଲା। ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ପରେ ଏ ନେଇ ଢେଙ୍କାନାଳ ଅପଡେଟ ଖବର ପ୍ରସାରଣ ହୋଇଥିଲା ।

ଖବର ପ୍ରସାରଣର ୨୪ ଘଣ୍ଟା ନପୁରୁଣୁ ବିଭାଗୀୟ ଅଧିକାରୀ ତତ୍ପର ହୋଇ ଲୋକଙ୍କ ଯିବାଆସିବା ପାଇଁ ସେହି ରାସ୍ତା ଉପରେ କ୍ରସର ଡଷ୍ଟ ପକାଇ ଗମନାଗମନ ଉପଯୋଗୀ କରିଛନ୍ତି। ତା ଛଡା ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଅଛି। ଏଥିପାଇଁ ସ୍ଥାନୀୟ ବାସିନ୍ଦା ଆମକୁ ଧନ୍ୟବାଦ ଜଣାଇଛନ୍ତି।

କାମାକ୍ଷାନଗର ବା ଢେଙ୍କାନାଳ ଯିବା ପାଇଁ ଏ ହେଉଛି ଏକ ମାତ୍ର ରାସ୍ତା।ଏହି ରାସ୍ତା ଏ ଅଞ୍ଚଳର ଜୀବନ ରେଖା କହିଲେ ଅତ୍ୟୁକ୍ତି ହେବ ନାହିଁ। ଆସନ୍ତା ବର୍ଷା ଋତୁ ପୂର୍ବରୁ କାମ ଶେଷ କରିବେ ବୋଲି ଆଶା।

new life
You might also like
error: Content is protected !!