News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ; ୨ ମୃତ ଜଣେ ଆହତ

ଢେଙ୍କାନାଳ ମୋଟଙ୍ଗା ଥାନା ମେରାମୁଣ୍ଡଳୀ ନିକଟସ୍ଥ ଓଭର ବ୍ରିଜ ଉପରେ ଆଜି ସଡ଼କ ଦୁର୍ଘଟଣା ଘଟିଛି । ବ୍ରିଜ ଉପରେ ଏକ ଟ୍ରକ ଏବଂ ଟାଟା ଏସି ମଧ୍ୟରେ ଦୁର୍ଘଟଣା ହୋଇଥିବାର ସୂଚନା , ଟ୍ରକ ପଛପଟୁ ଟାଟା ଏସି ଗାଡ଼ିଟି ପିଟିବାରୁ ଏହି ଦୁର୍ଘଟଣା ଘଟିଛି ।

ଦୁର୍ଘଟଣା ରେ ଗୋଡିଡ଼ିହି ଗ୍ରାମର ରମେଶ ସାହୁ (୫୦) ଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ରଶ୍ମି ରଞ୍ଜନ ମହାପାତ୍ର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ ଢେଙ୍କାନାଳ ଜୋରନ୍ଦ। ମହିମା ଗାଦୀ ଛକରେ ଜଣେ ୬୦ ବର୍ଷୀୟ ଶ୍ରମିକ ଙ୍କୁ ଏକ ବାଇକ ଧକ୍କା ଦେବା ଫଳରେ ଶ୍ରମିକ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ନେଇ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ମୃତ ଶ୍ରମିକ ଜଣଙ୍କ ସ୍ଥାନୀୟ ଜୋରନ୍ଦା ଦେହୁରୀ ସାହିର ଗଡୁଆ ଦେହୁରୀ (୬୦) ବୋଲି ସୂଚନା ମିଳିଛି । ସେ ଭୋର ସମୟରେ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇ ପଳାଇଥିବା ଜଣାପଡିଛି ।

new life
You might also like
error: Content is protected !!