News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୨୮୯ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ପରି ଦଶ ହଜାରରୁ ଅଧିକ ରହିଥିଲା ବେଳେ ଢେ଼ଙ୍କାନାଳ ଜିଲ୍ଲାର ଏହି ସଂଖ୍ୟା ୨୮୯ । ଏମାନଙ୍କ ମଧ୍ୟରୁ ୨୭୭ ଘରୋଇ ସଂଙ୍ଗରୋଧରୁ ଓ ୧୨ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି।

ହିନ୍ଦୋଳ ବ୍ଲକର ନିମବାହାଳୀ, ଗଣ୍ଡାନାଳୀରୁ ୩ ଲେଖାଏଁ, ଦୁଦୁରକୋଟ, ପିପିକୋଟ, ବଲସରା, କଳିଙ୍ଗା, ଭଗବାନ ପୁର, ପଞ୍ଚୁପଡାର ୨ ଜଣ ଲେଖାଏଁ, ଓ ଠୋକର, ତରକାବେଡା, ମାନିଆନାଳି, ବଙ୍କଟିଆ, କୁକୁଟା, ନୂଆବଗ, ଖଲିବେରେଣା, ନୂଆକୋଟ, ସୋରତ, ମାଧପୁର, ଟାଙ୍ଗିଶଳା, ଗୁଡିଆତୈଳା, ସରପା, କହଲାପାଳ, ସୁନ୍ଦରପାଳ, ଅସରଡା, କାରନ୍ଦା, ରଘୁନାଥ ପୁର, କନ୍ତାମୀଲା, ବେଡାପଡା, ବାଘଲୁଣ୍ଡା, ନବକିଶୋର ପୁର ର ଜଣେ ଲେଖାଏଁ ମୋଟ ୪୧ ଜଣ ସଂକ୍ରମିତ ହୋଇଛନ୍ତି।

ଭୁବନ ବ୍ଲକର ଧଳପଡା ୬, ସୁରପ୍ରତାପପୁର ୪, ଜିରାଳ, ବାଲିବୋ, କାଇଁସିରି ଗାଁ ର ୩ ଜଣ ଲେଖାଏଁ, ସାପୁଆ, ଅନନ୍ତପୁର, ଗୋଡ଼ା ଭୁବନ, ୟମୁନାକୋଟ ର ୨ ଜଣ ଲେଖାଏଁ ଓ ବୋଲୁଅ, ଜିନେଇଲୋ, ମାର୍ଥାପୁର, ଗରଡିଆ, ବାମୁଆ ଭୁବନ, ଲୋକିପାଲି, ବାଲିସାହି, ଅସୁରବନ୍ଧ, ମଠଖୋପ୍ସା, ଚଣ୍ଡିପାଳ, ଶୁଣ୍ଢିକାଟେଣୀ, କୀର୍ତ୍ତନପୁର, ପଳାସପୀଠ ର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି।

ଓଡ଼ାପଡ଼ା ବ୍ଲକର ମାନପୁର ୧୨, କାଳିଆତୈଳା ୪, କମଳାଙ୍ଗ ର ୩, ଉପରପାଳ, ଗୁଡିଆକାଟେଣୀ, ଦୀନବନ୍ଧୁପୁ୍ର, କୁରୁଣ୍ଟି ର ୨ ଲେଖାଏଁ, ଓ ମାଣିଆବେଡା, ସାରିଆପଦା, ହଳଦୀବାହାଳ, ପତଳା, ମଙ୍ଗଳପୁର, କୁସୁପଙ୍ଗା, ଜିଏମଆର କଲୋନୀ, ହିନ୍ଦୋଳ ରୋଡ, ଇନ୍ଦିପୁର, କାଶିଆଡିହି, ଗୁଣ୍ଡିଚାପଡା ର ଜଣେ ଲେଖାଏଁ ମୋଟ ୩୮ ଜଣ କରୋନାର କବଳିତ ହୋଇଛନ୍ତି।

ଗଁଦିଆ ବ୍ଲକର ନେଉଳପୋଇ ୯, ପଞ୍ଚକେନ୍ଦୁ, ବିଶ୍ବନାଥ ପୁର ୩ ଲେଖାଏଁ, ନାଟିମା, ଗଁଦିଆ, ଝିଲ୍ଲୀ, ଜୋରନ୍ଦା ରୁ ୨ ଲେଖାଏଁ, କାଶିପୁର, ବାଇଁଶିଆ, ଖଙ୍କର, କାଙ୍କଲୁଣ୍ଡା, ବାଲିଯୋରନ୍ଦା, ଗୋପାଳପୁର, ବିଧାରପୁର, ଛାଟିଆର ଜଣେ ଲେଖାଏଁ ମୋଟ ୩୧ ଜଣ ସଂକ୍ରମିତ ହୋଇଛନ୍ତି।

ସଦର ବ୍ଲକରୁ ୨୮ ଜଣ ସଂକ୍ରମିତ ହୋଇଛନ୍ତି। ନାଗିଆପଶି ୩, ଜଙ୍ଖିରା, ସୋଗରପଶି, ଆଛନ୍ଦ, ଦାମୋଦରନାଳିର ୨ ଲେଖାଏଁ, ଚାଉଳିଆ, ରଣପଶି, ସରଦେଇପୁର, ଗୁରୁଜାଙ୍ଗ, କୃଷ୍ଣକୁମାରପୁ୍ର, ରାଜୁପିଟଣା, କାଇମାଟି, ମହୁଲପଡା, ନଡିଆଳୀ, ସପ୍ତଶଯ୍ୟା, ବେବର୍ତ୍ତାକାଟେଣୀ, ତରଭା, ଚନ୍ଦ୍ରଶେଖରପ୍ରସାଦ, ରଞ୍ଜା, ଗହମଖୁଣ୍ଟି, ବାର୍ଦା, ଶଙ୍କରପୁର ରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି।

ଭୁବନ ଏନଏସିରୁ ୨୪ ଜଣ ସଂକ୍ରମିତ ହୋଇଛନ୍ତି। ତେବେ ସଂକ୍ରମିତଙ୍କ ସମ୍ପୂର୍ଣ୍ଣ ତଥ୍ୟ ମିଳି ନାହିଁ।

ଢେଙ୍କାନାଳ ମୁନିସିପାଲିଟିର ହାଟରୋଡ, ଜୁବୁଲିଟାଉନ, ମହିଷାପାଟ, ଦକ୍ଷିଣକାଳୀ ର ୨ ଲେଖାଏଁ, ଷ୍ଟେସନ ବଜାର, କାଲଟାକ୍ସ, କୁମ୍ଭାରସାହି, କୁଞ୍ଜକାନ୍ତ, ଦୋଳମଣ୍ଡପସାହି, ଦେଉଳ ସାହି, କଲୋନି ସାହି, ଅମଲାପଡା, ଦୁର୍ଗା ବଜାର, ଗୁଡିଆନାଳି, କାରିଗରସାହି, ବାଜିଚୌକର ଜଣେ ଲେଖାଏଁ ମୋଟ ୨୦ ଜଣ ଏଠାରୁ ଚିହ୍ନଟ ହୋଇଛନ୍ତି।

ହିନ୍ଦୋଳ ଏନଏସିର ୨୦ ଜଣ। ପାଟଣା ୧୦, ନିଜିଗଡ ୪, ନୂଆପଟଣା ୨ । ମଧୁବନ, ରାମପୁରିସାହି, ଗୁଡିଆତୈଳା, କନ୍ଦରସୁଣିର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ପର୍ଜଙ୍ଗ ବ୍ଲକର ବାରିହାପୁର ୧୫। ବସୋଇ, ଖାଲପାଳ, ପର୍ଜଙ୍ଗ, ଭେଜିଆ କଲୋନୀ ର ଜଣେ ଲେଖାଏଁ ।

କାମାକ୍ଷାନଗର ବ୍ଲକର ବାଲିପଡା ୬, ଖଟୁଆହତା, ଡିମିରି, ଜଗନ୍ନାଥ ପୁର, ମହୁଲପାଳ, ଗେଙ୍ଗୁଟିଆ, ଗାଲୁକାଟେଣୀ ର ଜଣେ ଲେଖାଏଁ ମୋଟ ୧୧ ଜଣ ସଂକ୍ରମିତ ହୋଇଛନ୍ତି।

କାମାକ୍ଷାନଗର ଏନଏସିର କାମାକ୍ଷାନଗର ରୁ ୭, ଜେଲ କଲୋନୀ, ଅନନ୍ତପୁର ର ଜଣେ ଲେଖାଏଁ ମୋଟ ୯ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି।

କଙ୍କଡ଼ାହାଡ଼ ବ୍ଲକର କାଠପାଳ ୩, ରହଣୀ, ବିରିପାଳ, କଙ୍କଡ଼ାହାଡ଼, ମକୁଆକାଟେଣୀର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।
ଡାକ୍ତରଖାନାରେ ଚିହ୍ନଟ ୨ ସଂକ୍ରମିତଙ୍କ ତଥ୍ୟ ହସ୍ତଗତ ହୋଇ ପାରି ନାହିଁ।

ସଂକ୍ରମିତଙ୍କ ମଧ୍ୟରୁ ୧୩୭ ଜଣ ସୁସ୍ଥ ହୋଇ ଫେରିଛନ୍ତି। ସକ୍ରିୟ ଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୮୮।

new life
You might also like
error: Content is protected !!