News
WhatsApp Image 2023-10-04 at 17.25.00
samparksetu

କରୋନା ପରିଚାଳନାରେ ଅନୀୟମିତତା,୧୮ ରୁ ୪୪ ବର୍ଷ ବର୍ଗଙ୍କୁ ଟିକାକରଣ ସମେତ ସାତଦଫା ଦାବି ନେଇ ଢେଙ୍କାନାଳ ବିଜେପି ଯୁବମୋର୍ଚ୍ଚ। ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

 ଢେଙ୍କାନାଳ ଜିଲ୍ଲାରେ କରୋନା ରୋଗୀଙ୍କ ଚିକିତ୍ସାର ପରିଚାଳନାରେ ଦେଖାଦେଇଥିବା ଅନୀୟମିତତାକୁ ସୁଧାରିବା ସହ ଜିଲ୍ଲାରେ ତୁରନ୍ତ ୧୮ ରୁ ୪୪ ବର୍ଷ ଯୁବବର୍ଗଙ୍କୁ ତୁରନ୍ତ କରୋନା ଟିକା କରଣ କରିବା, ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବା ହେତୁ ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟ ଅଧୀନରେ ଥିବା କରୋନା ହସ୍ପିଟାଲରେ ଅତିକମରେ ଆଇସିୟୁ ଓ ଭେଣ୍ଟଲେଟର ସହିତ ୧୦୦ ବେଡ଼ ଓ ଅକ୍ସୀଜେନ ସଂଯୋଗ ଥିବା ୪୦୦ ବେଡ଼ର ବ୍ୟବସ୍ଥା କରିବା, ଅକ୍ସୀଜେନ ଅଭାବ ଯୋଗୁଁ ଜିଲ୍ଲାରେ ବହୁରୋଗୀ ମୂତ୍ୟୁ ହେଉଥିବା ହେତୁ ଜିଲ୍ଲାରେ ତୁରନ୍ତ ଏକ ଅକ୍ସୀଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବା । 

ଆଇସିୟୁ ସୁବିଧା ସହ ଅତି କମରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଦୁଇଟି ଲେଖାଁଏ ଆମ୍ବୁଲାନ୍ସର ବ୍ୟବସ୍ଥା, ଜିଲ୍ଲାର ପ୍ରତ୍ୟେକ କୋଭିଡ କେୟାର ସେଣ୍ଟର, ପି.ଏଚ. ସି ଏବଂ ସି.ଏଚ. ସି ମାନଙ୍କରେ ଅକ୍ସୀଜେନ ସଂଯୋଗ ଥିବା ୫୦ଟି ଲେଖାଁଏ ବେଡ଼ର ବ୍ୟବସ୍ଥା, ଉଭୟ ଆଂଟିଜେନ ଓ ଆରଟିପିସିଆର ଟେଷ୍ଟ ର ପରିମାଣ ଅଧିକରୁ ଅଧିକ ବଢାଇବା, ଢେଙ୍କାନାଳ ର ନଗର ଓ ବିଜ୍ଞାପିତ ପରିଷଦ ଅଂଚଳ ମାନଙ୍କରେ ଶବଦାହ ପାଇଁ ତୁରନ୍ତ ଇଲେକ୍ଟ୍ରିକ ଚୁଲା ବ୍ୟବସ୍ଥା କରିବା ଭଳି ସାତଦଫା ସମ୍ବଳିତ ଏକ ଦାବିପତ୍ର ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା, ଢେଙ୍କାନାଳ ଜିଲ୍ଲା ତରଫରୁ ରାଜ୍ୟ ସାଧାରଣ ସମ୍ପାଦକ ଦୀପକ କୁମାର ଗୋଛାୟତଙ୍କ ନେତୃତ୍ବରେ ଯୁବମୋର୍ଚ୍ଚା ର ଏକ ପ୍ରତିନିଧି ଦଳ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

ଏହି ପ୍ରତିନିଧି ମଣ୍ଡଳୀରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ମହାଦୀପ ଯଶୋବନ୍ତ ମହିମା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଞ୍ଜନ କୁମାର ପାଣି, ସ୍ଵତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ସତ୍ୟରଞ୍ଜନ ଭୁଇଁୟା, ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜିତ ଵିଶାଲ, ଜିଲ୍ଲା ଉପସଭାପତି ସଞ୍ଜୀବ କୁମାର ପଣ୍ଡା, ଜିଲ୍ଲା ସଂଯୋଜକ ବିଭୂତି ଷଣ୍ଢ, ନଗର ମଣ୍ଡଳ ସଭାପତି ସଂକଳ୍ପ କୁମାର ଦାସ ପ୍ରମୁଖ ସାମିଲ ଥିଲେ।

new life
You might also like
error: Content is protected !!