News
WhatsApp Image 2023-10-04 at 17.25.00
samparksetu

+୨ ଛାତ୍ରୀ ଙ୍କର ରହସ୍ୟମୟ ମୃତ୍ୟୁ !

ଢେଙ୍କ।ନାଳ ଜିଲ୍ଲା ଗଁଦିଆ ଥାନା ଆଣ୍ଠୁକୁଡାକାଟେଣୀର ନିରଞ୍ଜନ ନାୟକଙ୍କ ଝିଅ ଅର୍ଚ୍ଚନା ନାୟକ (୧୬)ଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ ।

ସୂଚନା ଅନୁଯାୟୀ , ଅର୍ଚ୍ଚନାଙ୍କ ମାଙ୍କ ସୀମା ନାୟକ ଦୁଇ ବର୍ଷ ପୂର୍ବରୁ ମୃତ୍ୟୁ ପରେ ପିତା ନିରଞ୍ଜନ ନାୟକ ସରୋଜିନୀ ମହାନ୍ତି ଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ବଡ଼ଭଉଣୀ ମାମିନାଙ୍କ ବିବାହ ହୋଇଯାଇଥିବା ବେଳେ ସାନ ଭଉଣୀ ସାବତ ମା ପାଖରେ ରୁହନ୍ତି,ବିବାହ ର କିଛି ଦିନ ପରେ ବାପା ଦୁବାଇ କୁ କାମ କରିବାକୁ ଯାଇଛନ୍ତି ।

ରବିବାର ରାତିରେ ଅର୍ଚ୍ଚନା ଖାଇ ପିଇ ଭଲରେ ଶୋଇଥିଲେ ସାବତ ମା ଙ୍କ ନିକଟରେ , ସୋମବାର ସକାଳୁ ହଠାତ ତାଙ୍କ ମୃତ୍ୟୁ ଦେହ ଫ୍ୟାନ ରେ ଝୁଲୁଥିବାର ଦେଖିଥିଲେ ପରିବାର ଲୋକ ।

ଫ୍ୟାନ ରୁ ଝୁଲନ୍ତା ଅବସ୍ଥା ରୁ ଖୋଲିଥିଲେ ବୋଲି କୁହନ୍ତି ସାନମା ପରେ ଭିଣୋଇ ସୂର୍ଯ୍ୟକାନ୍ତ ବେହେରା ଗଁଦିଆ ଥାନା ରେ ଲିଖିତ ଅଭିଯୋଗ ପରେ ପୋଲିସ୍ ପହଁଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଅର୍ଚ୍ଚନାଙ୍କ ବଡ ଭଉଣୀ ମାମିନା ଏହା ଆତ୍ମହତ୍ୟା ନୁହଁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ।

new life
You might also like
error: Content is protected !!