News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୭୭ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୩୨୧। ଏହା ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ୭୭ । ଘରୋଇ ସଂଙ୍ଗରୋଧରୁ ୫୫ ଓ ଡାକ୍ତରଖାନାର ୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ମୁନିସିପାଲିଟିର ୨୧, ଓଡ଼ାପଡ଼ା ୯, ପର୍ଜଙ୍ଗ ୭, ସଦର ୬, କାମାକ୍ଷାନଗର, ଗଁଦିଆ, ହିନ୍ଦୋଳ ବ୍ଲକରୁ ୫ ଜଣ ଲେଖାଏଁ, କଙ୍କଡ଼ାହାଡ଼ ବ୍ଲକର ୪, କାମାକ୍ଷାନଗର ଓ ଭୁବନ ଏନଏସିର ୩ ଲେଖାଏଁ, ଭୁବନ ଏନଏସି ଓ ହିନ୍ଦୋଳ ବ୍ଲକର ୨ ଜଣ ଲେଖାଏଁ, ଡାକ୍ତରଖାନାରେ ୫ ଜଣ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ ମୁନିସିପାଲିଟିର ଦକ୍ଷିଣକାଳୀ, ଜୁବୁଲି ଟାଉନ ର ୪ ଜଣ ଲେଖାଏଁ, ସିଭିଲ କୋର୍ଟ, ଦେଉଳସାହି ର ୨ ଜଣ ଲେଖାଏଁ, ଗୁଡିଆନାଳି, ଗାୟତ୍ରୀ ନଗର, ଶିମିଳିଆ, କାଠଗଡା, ରାମେଶ୍ବର ପୁର, ବନମାଳୀ ପ୍ରସାଦ, କୁଞ୍ଜକାନ୍ତ, ଗଣେଶ ବଜାର, ଦୁର୍ଗା ବଜାର ର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଓଡ଼ାପଡ଼ା ବ୍ଲକର ଗୁଣ୍ଡିଚାପଢା ରୁ ୩, ଅଙ୍କରାନ୍ତିପୁର, ଦୀନବନ୍ଧୁ ପୁର, ମାହାଦିଆ, କାଶିଆଡିହି, ରଞ୍ଜାସିଙ୍ଗା, ବଳରାମ ପୁରରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ପରଜଙ୍ଗ ବ୍ଲକର ପର୍ଜଙ୍ଗ, କୁଆଳୁର ୨ ଜଣ ଲେଖାଏଁ ଓ ପଙ୍ଗାତିରା, ସରାଙ୍ଗ, କନ୍ଦରସିଙ୍ଗା ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ସଦର ବ୍ଲକର ଶଙ୍କରପୁରରୁ ୨ ଓ ବିରାଡିଆ, ଚନ୍ଦ୍ର ଶେଖର ପ୍ରସାଦ, ନଡିଆଳି, ଗୋବିନ୍ଦପୁର ର ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କାମାକ୍ଷାନଗରର ଅଁଳାବେରେଣୀ ର ୨ ଓ ବାଉଁଶପାଳ, ଦଧିଖାଇ, ଖଟଖୁରାର ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ଥିବାବେଳେ, ଗଁଦିଆ ବ୍ଲକର ଜୋରନ୍ଦା ୨ ଓ ମଝିପାଳ, ପିଙ୍ଗୁଆ, ବିଧାରପୁର, ବାଇସିଙ୍ଗାର ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ଅଛନ୍ତି ।

ହିନ୍ଦୋଳ ବ୍ଲକ ନୂଆକୋଟ, ଖଲିବୋରେଇ, ଇଶ୍ବରପୁର ପାଟଲା, ବିଲେଇଖଳି, କୁରୁମିଠାର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି ।
କଙ୍କଡ଼ାହାଡ଼ର ରାଇବୋଲ ଓ କଙ୍କଡ଼ାହାଡ଼ର ୨ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

କାମାକ୍ଷାନଗର ଏନଏସିର କାମାକ୍ଷାନଗର, ଜିରିଡାମାଳି, ତିନି ନମ୍ବର ଓ୍ବାର୍ଡର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ଭୁବନ ବ୍ଲକର ଜିରାଳ ଓ ମଠକରୋଗଳାର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି ।

ହିନ୍ଦୋଳ ଏନଏସିର ନୂଆପଟନା ଓ ଧୁଣ୍ଡିନାଳିର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ଡାକ୍ତରଖାନାରେ ଚିହ୍ନଟ ୫ ଜଣ ସଂକ୍ରମିତଙ୍କ ଠିକଣା ହସ୍ତଗତ ହୋଇ ପାରି ନାହିଁ।

ଚିକିତ୍ସା ପରେ ୧୨୯ ଜଣ ସୁସ୍ଥ ହୋଇଛନ୍ତି। ଜିଲ୍ଲାର ୧୮୩୬ ଜଣ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି।

new life
You might also like
error: Content is protected !!