News
WhatsApp Image 2023-10-04 at 17.25.00
samparksetu

କରୋନା ଦୂତୀୟ ଲହରରେ ହିନ୍ଦୋଳ ଏନଏସି ର ପ୍ରଥମ ବ୍ୟକ୍ତିଙ୍କ ପରଲୋକ

କରୋନା ଦୂତୀୟ ଲହରରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ରେ ପ୍ରଥମ ବ୍ୟକ୍ତିଙ୍କ ପରଲୋକ ଘଟିଛି ।

ଖବରରୁ ପ୍ରକାଶ ଯେ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୪ର ବରିଷ୍ଠ ସାମ୍ବାଦିକ ରବିନାରାୟଣ ପଟ୍ଟନାୟକ ଙ୍କ ଭାଇ ତଥା ବିଶିଷ୍ଟ ବ୍ୟବସାୟୀ ଶ୍ରୀ ଜିତେନ୍ଦ୍ର ପଟ୍ଟନାୟକ(୪୩)ଙ୍କ ର ଆଜି ସକାଳ ୯ଘଣ୍ଟାରେ କରୋନା ଜନିତ କାରଣରୁ ଚିକିତ୍ସାଧୀନ ଅବସ୍ଥାରେ କଟକ ମେଡ଼ିକାଲରେ ପରଲୋକ ହୋଇଯାଇଛି।

କିଛିଦିନ ଦିନ ତଳେ ଜିତେନ୍ଦ୍ର ଙ୍କର କରୋନା ପଜିଟିଭ ବାହାରି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଆଡକୁ ଗତି କରିବା ସହ ତାଙ୍କର ଅମ୍ଳଜାନ ସ୍ତର କମିବାରେ କଗିଥିଲା ଏବଂ ଆଜି ସକାଳ ନଅ ଘଣ୍ଟାରେ ପରଲୋକ ହୋଇଥିଲା।

ସ୍ବର୍ଗତ ଜିତେନ୍ଦ୍ର ସ୍ଥାନୀୟ ଲଷ୍ମୀବଜାର ରେ ଦୀର୍ଘଦିନ ହେଲା ବ୍ୟବସାୟ କରି ଆସୁଥିଲେ ଏବଂ ଆସନ୍ତା କାଲି ତାଙ୍କର ବିଭାଘର ସ୍ଥିର ହୋଇଥିଲା ମାତ୍ର ବିଧିର ବିଧାନ ବିଚିତ୍ର।ସ୍ବର୍ଗତ ଜିତେନ୍ଦ୍ର ଜଣେ ପରୋପକାରୀ ମେଳାପୀ ତଥା ସମସ୍ତଙ୍କର ପ୍ରିୟପାତ୍ର ଥିଲେ।ତାଙ୍କ ବିୟୋଗରେ ହିନ୍ଦୋଳ ଏନ ଏ ସି କାଉନସିଲର ପ୍ରଦ୍ୟୁମ୍ନ ବେହେରା, ଶ୍ୟାମଘନ ଭୁତିଆ, ସାମ୍ବାଦିକ ବ୍ରାମହାନନ୍ଦ ପଟ୍ଟନାୟକ, ବିଶେଶ୍ୱର ସେଠୀ ତପନ ପରିଡା, ପ୍ରକାଶ ନାୟକ ପ୍ରମୁଖ ଓ ଓକିଲ ସଂଘ, ହିନ୍ଦୋଳ ସାମ୍ବାଦିକ ସଂଘ ତଥା ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ଶୋକସନ୍ତ୍ରପ୍ତ ପରିବାର ବର୍ଗଙ୍କୁ ଯାଇ ସମବେଦନା ଜଣାଇଛନ୍ତି ଏବଂ କାଉନସିଲର ପ୍ରଦ୍ୟୁମ୍ନ ବେହେରା ତାଙ୍କ ଶୋକ ବାର୍ତାରେ ଏହା ଅଞ୍ଚଳ ପାଇଁ ଅପୁରଣୀୟ କ୍ଷତି ବୋଲି କହିଛନ୍ତି। ଜିତେନ୍ଦ୍ର ଙ୍କ ଅକାଳ ବିୟୋଗରେ ହିନ୍ଦୋଳ ଏନ ଏ ସି ରେ ଶୋକର ଛାୟା ଖେଳିଯାଇଛି।

new life
You might also like
error: Content is protected !!