News
WhatsApp Image 2023-10-04 at 17.25.00
samparksetu

ହୋମ୍ ବେସଡ୍ ଟେଷ୍ଟିଂ କିଟକୁ ମଞ୍ଜୁରୀ ଦେଲା ଆଇସିଏମଆର, ଏବେ ଘରେ ରହି ମଧ୍ୟ କରିପାରିବେ କରୋନା ପରୀକ୍ଷା

ଏବେ କରୋନା ପରୀକ୍ଷା କରାଇବା ହେବ ଆହୁରି ସହଜ ଆଉ ଯିବାକୁ ପଡିବନି ମେଡ଼ିକାଲ ଠିଆ ହେବାକୁ ପଡିବନି ଲମ୍ବା ଆଇନରେ, ଏବେ ଘରେ ରହି କରୋନା ଟେଷ୍ଟ କରିପାରିବେ । ହୋମ ବେସଡ୍ କୋଭିଡ୍ ଟେଷ୍ଟିଂ କିଟକୁ ମଞ୍ଜୁରୀ ଦେଲା ଆଇସିଏମଆର । କରୋନା ପାଇଁ ଆଂଟିଜେନ ଓ ଆରଟିପିସିଆର ପରୀକ୍ଷା କରାଯାଉଛି । ଆଂଟିଜେନର ରିପୋର୍ଟ ତୁରନ୍ତ ମିଳି ଯାଉଥିବାବେଳେ ୨୪ ଘଣ୍ଟା ପରେ ମିଳୁଛି ଆରଟିପିସିଆର ଟେଷ୍ଟ ।

ତେବେ ଘରେ  କିଏ ଓ କେମିତି ଟେଷ୍ଟ କରିବେ ଏନେଇ ଏକ ଗାଇଡଲାଇନ୍ ଜାରି କରିଛି ଆଇସିଏମଆର ।  କରୋନାର ଲକ୍ଷଣ ଥିବା କିମ୍ବା ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ଏହି ଗାଇଡ଼ଲାଇନ ଅନୁଯାୟୀ ଏହାକୁ  ବ୍ୟବହାର କରିପାରିବେ ।  ତେବେ ମାଇଁ ଲାବ୍ ଡିସକଭରୀ ସଲ୍ୟୁସନ ଓ ଲିମିଟେଡ ବୋଲି କେବଳ ଗୋଟିଏ ସଂସ୍ଥା କୁ ହିଁ ସ୍ୱୀକୃତି  ଦେଇଛି ଆଇସିଏମଆର ଏହି ଟେଷ୍ଟିଂ ଆପ୍ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଷ୍ଟୋରରେ ଉପଲବ୍ଧ ହେଉଛି । ଏହାକୁ ସମସ୍ତ ମୋବାଇଲ ବ୍ୟବହାରକାରୀ ଡାଉନଲୋଡ୍ କରିପାରିବେ ।

ଆପରେ ନିୟମ ଅନୁଯାୟୀ, ସମସ୍ତ ପକ୍ରିୟା ଶେଷ କରିବା ପରେ ନେଗେଟିଭ୍ କିମ୍ବା ପଜିଟିଭ୍ ରିପୋର୍ଟ ଆସିବ । ଏହି ତଥ୍ୟ ଆଇସିଏମଆରର ନିକଟରେ ରହିବ । ଏହା ଦ୍ୱାରା ଲାବ୍ରୋଟୋରୀ ଗୁଡିକ ଉପରେ ବଢ଼ୁଥିବା ଚାପ କମିବ ବୋଲି କୁହାଯାଉଛି । ପ୍ରାୟ ଗୋଟିଏ ସପ୍ତାହ ମଧ୍ୟରେ ଏହି ‘ଟେଷ୍ଟିଙ୍ଗ୍‌-କିଟ୍‌’ ବଜାରରେ ମିଳିବ। ଟିକସ ସମେତ ଏହି ‘କିଟ୍‌’ର ମୂଲ୍ୟ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

new life
You might also like
error: Content is protected !!