News
WhatsApp Image 2023-10-04 at 17.25.00
samparksetu

ମାନିଲେନି କଟକଣା : ରାତି ଅଧିଆ ଆୟୋଜନ କରିଥିଲେ ଭୋଜି; ଚଢ଼ାଉ କଲେ ଭାପୁର ଫାଣ୍ଡି ଅଧିକାରୀ

ସରକାର କଟକଣାକୁ ଯେତେ କଡ଼ାକଡ଼ି କଲେ ମଧ୍ୟ ଅମାନିଆ ମାନିବାକୁ ନାରାଜ । ଗାଁ ଗାଁରେ ଭୋଜିଭାତ, ତାସ ଖେଳ, କିକ୍ରେଟ ଖେଳ ଯୋଗୁଁ ବର୍ତମାନର ଗ୍ରାମାଞ୍ଚରେ ଉପର ମୁହାଁ କରୋନା । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଧିନସ୍ଥ ଆଉଖୁମା ଗ୍ରାମରେ ।

ଅମାନିଆଙ୍କ କଟକଣା କୁ ବେଖାତିର, ରାତିଅଧିଆ ଆରମ୍ଭ ହୋଇଥିଲା ଭୋଜିର ଆସର ସାରିଥିଲା ଭାତ ରନ୍ଧା, କସା ଚାଲିଥିଲା ଚିକେନ୍ । ହେଲେ ଅମାନିଆ ଜାଣିନଥିଲେ ବିଶେଷ ସୂତ୍ରରୁ ଖବର ପାଇ ଜାଲ ବିଛାଇବା ଆରମ୍ଭ କରିଥିଲା ପୋଲିସ୍ । ଭାପୁର ଫାଣ୍ଡି ଅଧିକାରୀ ଯଶବନ୍ତ ପୃଷ୍ଟିଙ୍କ ନେତୃତ୍ୱରେ ହଠାତ ଭୋଜି ସ୍ଥାନରେ ପହଞ୍ଚିଥିଲେ ସ୍କ୍ବାର୍ଡ ଟିମ୍ ।

ଘଟଣା ସ୍ଥଳରେ ପୋଲିସ୍ ଟିମ୍ କୁ ଦେଖି ଯିଏ ଯୁଆଡେ ପାଇଥିଲେ ପଳାଇଥିଲେ । ତେବେ ଗ୍ରାମର କିଛି ମୁଖ୍ୟଙ୍କୁ ଏନେଇ ଫାଣ୍ଡି ଅଧିକାରୀ ଘଟଣା ସମ୍ପର୍କରେ ପଚାରିବାରୁ ” ସିଏ ଏ ଭୋଜି ଆୟୋଜନ ନେଇ ଜାଣିନଥିବାର କହିଥିଲେ ” ।

ଅନ୍ୟପଟେ ରନ୍ଧା ଯାଇଥିବା ଖାଦ୍ୟ ସାମଗ୍ରୀ ନଷ୍ଟ ନକରି ଗରିବ ଲୋକଙ୍କୁ ବାଣ୍ଟି ଦେବା ପାଇଁ ଫାଣ୍ଡି ଅଧିକାରୀ ଯଶବନ୍ତ ପୃଷ୍ଟି କହିଥିଲେ ।

new life
You might also like
error: Content is protected !!