News
WhatsApp Image 2023-10-04 at 17.25.00
samparksetu

କରୋନା ମହାମାରୀ ସମୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ABVP ଭୁବନ ଶାଖା ତରଫରୁ ରକ୍ତଦାନ ଶିବିର ଆୟୋଜିତ

ଢେଙ୍କାନାଳ ଜିଲ୍ଲା ଭୁବନ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ତରଫରୁ ଆଜି ସ୍ଥାନୀୟ ବିଷ୍ଣୁପ୍ରିୟା ଗାଲାକ୍ସି ଠାରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି।

ସକାଳ ୭ ଘଟିକା ଠାରୁ ଆରମ୍ଭ ହୋଇ ମଧ୍ଯାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ରକ୍ତଦାନ କାର୍ଯ୍ୟକ୍ରମ ଚାଲିଥିଲା। ପାଖାପାଖି ୭୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। କରୋନାରେ ଆକ୍ରାନ୍ତ ହେଉଥିବା ଅନେକ ରୋଗୀ ରକ୍ତ ଏବଂ ପ୍ଲାଜମା ସାହାଯ୍ଯରେ ସୁସ୍ଥ ହୋଉଥିବାରୁ ରକ୍ତ ସଂଗ୍ରହ ନିମନ୍ତେ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ରକ୍ତଦାନ ଶିବିରମାନ ଆୟୋଜନ କରାଯାଉଛି।

କିନ୍ତୁ ଚଳିତ ବର୍ଷ ବିଶେଷଜ୍ଞ ଏବଂ ସରକାରଙ୍କ ତରଫରୁ ପ୍ରଣିତ ନୁତନ ଗାଇଡଲାଇନ ଅନୁସାରେ ଯେଉଁମାନେ କରୋନା ଟୀକା ନେବେ ସେମାନେ କିଛିଦିନ ଲାଗି ରକ୍ତଦାନ କରିପାରିବେ ନାହିଁ। ଏବେ ୧୮ବର୍ଷ ରୁ ୪୫ବର୍ଷ ବୟସ କୁ ଟୀକାକରଣ ନିମନ୍ତେ ସରକାରଙ୍କ ନିର୍ଦ୍ଦେଶ ଅଛି।

ଏଥିଲାଗି ସରକାରଙ୍କ ତରଫରୁ ଆଗୁଆ ଟୀକାକରଣ ମଧ୍ଯ ଚାଲିଛି। ତେଣୁ ଯେପରି ରୋଗୀମାନଙ୍କ ଚିକିତ୍ସାରେ ବାଧା ସୃଷ୍ଟି ନହେବ ତାହାକୁ ଦୃଷ୍ଟିରେ ରଖି ଏବିଭିପି ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରୁଅଛି। ଏହି ବିଶେଷ କାର୍ଯ୍ୟକ୍ରମ ରେ ଭୁବନ ଏବିଭିପି ଶାଖାର ସଦସ୍ୟମାନେ ସହାୟତା କରିଥିଲେ ।

new life
You might also like
error: Content is protected !!