News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୫୨୩। ଢେଙ୍କାନାଳ ଜିଲ୍ଲାରୁ ୧୩୨ ଜଣ ଥିବା ଜଣାପଡିଛି।୧୧୧ ଜଣ ଘରୋଇ ସଂଙ୍ଗରୋଧରୁ ହୋଇଥିବା ବେଳେ ୨୧ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ମୁନିସିପାଲିଟିର ଗାୟତ୍ରୀ ନଗର, ଜୁବୁଲି ଟାଉନ ରୁ ୩ ଲେଖାଏଁ, କାରିଗର ସାହି, ଦକ୍ଷିଣକାଳୀ, କୁଞ୍ଜକାନ୍ତ, ଭାଗିରଥି ବିହାର ଅଞ୍ଚଳର ୨ ଜଣ ଲେଖାଏଁ ଓ, ଟାଉନ ପ୍ଲାନିଙ୍ଗ, ଢେଙ୍କାନାଳ, ଶ୍ଯାମାଚରଣପୁର, କାଲଟାକ୍ସ, ମହିଷାପାଟ, ରାଧାକୃଷ୍ଣ ବଜାର, ଷ୍ଟେସନ ବଜାର, ଲକ୍ଷ୍ମୀ ବଜାର ଅଞ୍ଚଳରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ସଦର ବ୍ଲକର ଗୋବିନ୍ଦପୁର,ମହୁଲପଡା, ନମିଚିରା, ତରଭା, ଭାପୁର, ଗାଁ ର ୨ ଜଣ ଲେଖାଏଁ ଓ ବୋରାପଦା, ବାଙ୍କୁଆଳ, ବାଇଧରପଟଣା, ସଂସାଇଲୋ, ମହୁଲ ପୁଞ୍ଜି, କାମଧେନୁକୋଟ, ନରଣପୁର, ସରଦେଇପୁର, କୋରିଗାଡିଆ ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

କାମାକ୍ଷାନଗର ବ୍ଲକର ମହୁଲି, ବାଇସିଙ୍ଗା ୩ ଲେଖାଏଁ, ଜଗନ୍ନାଥ ପୁର, କନ୍ତିଓକାଟେଣୀ ୨ ଲେଖାଏଁ ଓ ପଣ୍ଡୁଆ, ଖଟୁଆହତା, କଦଳୀ ପାଳ, ସୋଗର, କନ୍ତିଓ, କନ୍ତିଓପୁଟସାହି, କାନପୂରା, ବ୍ରାହ୍ମଣିଆ ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ହିନ୍ଦୋଳ ବ୍ଲକର ଦୁଦୁରୁକୋଟ ୩, ମାଧପୁର, ରାସୋଳ ର ୨ ଲେଖାଏଁ, ନୂଆକୋଟ, ନୂଆପଡ଼ା, ବାହାଲୁଣ୍ଡା, ବହଣ୍ଡେଇ, କୁକୁଟା, ବାବନ୍ଧ, ସୋରତ, ବନମାଳୀ ପୁର, ଖରତିଳି ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ଗଁଦିଆ ବ୍ଲକର ପଞ୍ଚକେନ୍ଦୁ ୫, କାବେରା ୨, ଓ ବିଧାରପୁର, ଦେଓଗାଁ, କେନ୍ଦୁପଡା, ପିଙ୍ଗୁଆ, ଗଁଦିଆ, ସୁଦନ୍ଦରିଖୋଳ, ଆମ୍ବପଡା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ଓଡ଼ାପଡ଼ା ବ୍ଲକର ଇନ୍ଦିପୁର, ମୋଟଙ୍ଗା ର ୨ ଜଣ ଲେଖାଏଁ ଓ ବେଲପଡା, ଶଙ୍କରପୁର, ଗୋବିନ୍ଦପ୍ରସାଦ, ମୃଦଙ୍ଗାପାଳି, ବଳରାମ ପୁର, ନୂଆ ବାଙ୍ଗୁରୁସିଙ୍ଗ, ଭଅଁରନାଳୀ, ବୃନ୍ଦାବନପୁର, ଗୁଣ୍ଡିଚାପଡା, ଦୀନବନ୍ଧୁ ପୁର ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ପରଜଙ୍ଗ ବ୍ଲକର କନ୍ଦରସିଙ୍ଗା ୩, କୁମୁସି, ଆମ୍ବପଳାସ, ତଳବେରେଣା, କୁଲେଇ, ଅଁଳାକଟା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି।

ଭୁବନ ବ୍ଲକର ଜିନେଇଲୋ ଓ ସୁରପ୍ରତାପପୁର ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

କଙ୍କଡ଼ାହାଡ଼ ବ୍ଲକର ମକୁଆକାଟେଣୀରୁ ୨ ଜଣ ସଂକ୍ରମିତ ହୋଇଛନ୍ତି।

ଡାକ୍ତରଖାନାରେ ଚିହ୍ନଟ ୩ ସଂକ୍ରମିତଙ୍କ ତଥ୍ୟ ହସ୍ତଗତ ହୋଇ ପାରି ନାହିଁ।

୧୦୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଓ ୧୮୭୫ ଜଣ ଚିକିତ୍ସିତ ହେଉଛନ୍ତି। ୩୪ ଜଣ ମୃତ୍ୟୁ ବରଣ କରିଛନ୍ତି ।

new life
You might also like
error: Content is protected !!