News
WhatsApp Image 2023-10-04 at 17.25.00
samparksetu

ଭୁବନ କଂଗ୍ରେସ ପକ୍ଷରୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ

କରୋନା ମହାମାରୀ କବଳରେ କବଳିତ ସାରା ବିଶ୍ବ ଏବେ ତ୍ରାହି ତ୍ରାହି ଡାକୁଛି । କାହାର ଜୀବିକା ଛଡ଼ାଇ ନେଉଛି ତ କାହାର ଜୀବନ ଏହି ସ୍ଥିତିରେ ଅନେକ ଧନ ଜୀବନ ନଷ୍ଟ ହୋଇ ଚାଲିଛି । କିଛି ସ୍ଥାନରେ ସମ୍ପୁର୍ଣ୍ଣ ପରିବାର ନାଶ ହେଇଯିବାର ହୃଦୟ ବିଦାରକ ସତ ମଣିଷ କୁ ଆହୁରି ଭୟଭୀତ କରି ଚାଲିଛି ।

ଖାଦ୍ୟ ଅଭାବରୁ ଅନାହାର ରେ ମୃତ୍ୟୁବରଣ କରୁଥିବା ନୀରିହ ଗରିବ ଲୋକଙ୍କ ଶବ ଦେଖି ସହି ହେଉନି । ଏସବୁ କୁ ଦୃଷ୍ଟିରେ ରଖି ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଙ୍କ ୩୦ତମ ଜୟନ୍ତୀ ଉପଲକ୍ଷେ ଭାରତୀୟ ଜାତୀୟ କଂଗ୍ରେସ ଗରୀବ ଲୋକଙ୍କୁ ସାହାଯ୍ୟ କରି ରାଜୀବ ଗାନ୍ଧୀ ଙ୍କ ଜନ୍ମ ଦିବସ ପାଳନ କରିଛି ।

ଏହି ପରିପ୍ରେକ୍ଷୀରେ ଭୁବନ କଂଗ୍ରେସ ମଧ୍ୟ ଗରୀବ ଲୋକଙ୍କୁ ସାହାଯ୍ୟ କରି ତାଙ୍କ ମନୋବଳ ବଢ଼ାଇବା ଉଦେଶ୍ୟ ରେ କିଛି ଗରୀବ ଶ୍ରେଣୀ ଲୋକଙ୍କ ପାଖରେ ପହଞ୍ଚିଛନ୍ତି । ଭୁବନ ବ୍ଲକ୍ ଅନ୍ତର୍ଗତ ବାଲିବୋ ପଞ୍ଚାୟତ ର କୁମର୍ଦ୍ଦା ଗ୍ରାମରେ ପହଞ୍ଚି ଲୋକଙ୍କୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । କାମାକ୍ଷାନଗର ଯୁବ କଂଗ୍ରେସ ସଭାପତି ବିନୋଦ ମହାରଣା ଙ୍କ ନେତୃତ୍ବରେ ଏହି କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ ହୋଇଛି ।

ସେଠାରେ ଉପସ୍ଥିତ ଥିବା ନଗର କଂଗ୍ରେସ କମିଟି ଉପଦେଷ୍ଟା ଭାଗବତ ନାୟକ , କୃଷକ ସେଲ୍ ସଭାପତି ମନମୋହନ ସାହୁ , ଛାତ୍ର କଂଗ୍ରେସ ସଭାପତି ଦେଶିଷ୍ ସାହୁ ଓ ତାଙ୍କ ସହଯୋଗୀ ବଳରାମ ପୃଷ୍ଟି , ଦେବବ୍ରତ ସାହୁ ପ୍ରମୁଖ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ । ବଣ୍ଟନ କାର୍ଯ୍ୟ ସାରିବା ପରେ ସଭାପତି ବିନୋଦ ମହାରଣା ଗ୍ରାମ ର ସମସ୍ତ ଙ୍କୁ ମହାମାରୀ ବିଷୟରେ ସଚେତନ କରାଇ ଯେକୌଣସି ପରିସ୍ଥିତିରେ ସେମାନଙ୍କୁ ସହଯୋଗ କରିବା ପାଇଁ ମଧ୍ୟ କଥା ଦେଇଛନ୍ତି ।

ପରିଶେଷରେ ରାଜୀବ ଗାନ୍ଧୀ ଙ୍କ ଜୟନ୍ତୀ ଅବସରରେ ଏଭଳି ଜନହିତକର କାର୍ଯ୍ୟ କରି ଭୁବନ କଂଗ୍ରେସ ସ୍ଥାନୀୟ ଅଞ୍ଚଳରୁ ଖୁବ୍ ପ୍ରଶଂସା ସାଉଁଟିଛି ।

new life
You might also like
error: Content is protected !!