News
WhatsApp Image 2023-10-04 at 17.25.00
samparksetu

ଟ୍ରାନ୍ସଫର୍ମରରେ ଚଢି ଅବସର ପ୍ରାପ୍ତ ରାଜସ୍ୱ କର୍ମଚାରୀ ଙ୍କ ଆତ୍ମହତ୍ୟା ଉଦ୍ୟମ !

ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଅବସର ପ୍ରାପ୍ତ ରାଜସ୍ୱ କର୍ମଚାରୀ , ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପାଖ ଅବକାରୀ ଅଫିସ ଗଳିରେ ଏପରି ଅଭନୀୟ ଘଟଣା ଘଟିଛି । ସେଠାରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରରେ ଚଢି ବିଦ୍ୟୁତ ତାର ଧରି ଏହି ବୃଦ୍ଧ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମାତ୍ର ସୌଭଗ୍ୟବଶତଃ ବିଦ୍ୟୁତ ଝଟକା ଲାଗିବାରୁ ସେ ତଳକୁ ଫୋପାଡ଼ି ହୋଇ ପଡିଥିଲେ। ତାଙ୍କର ହାତ , ପିଠି ଓ ପେଟ ଆଦି ପୋଡିଯାଇଥିବା ଜଣାପଡିଛି ।ଚିକିତ୍ସା ପାଇଁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବୃଦ୍ଧ ଜଣଙ୍କ ଢେଙ୍କାନାଳ ସହର ଅମଲା ପଡାର ମୁରଲୀଧର ସ୍ୱାଇଁ ( ୬୫) ବୋଲି ସୂଚନା , ସେ କରୋନାରେ ପୀଡିତ ହୋଇ ପ୍ରଥମେ ଢେଙ୍କାନାଳ କୋଭିଡ ହସ୍ପିଟାଲ ଓ ପରେ ଗୁରୁତର ହୋଇ କଟକ ଏକ ଘରୋଇ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଗତ ସପ୍ତାହରେ ଘରକୁ ଫେରିଥିଲେ ।

କୋଭିଡ ପୀଡିତ ହୋଇ ସୁସ୍ଥ ହୋଇଥିଲେ ମଧ୍ୟ ସେ ମାନସିକ ବିଷାଦ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଇଛି।

new life
You might also like
error: Content is protected !!