News
WhatsApp Image 2023-10-04 at 17.25.00
samparksetu

ଅସହ୍ୟ ଗରମ କୁ ଅଘୋଷିତ ପାୱାରକଟ ସନ୍ତୁଳି ହେଉଛନ୍ତି ଢେଙ୍କାନାଳ ବାସୀ

ଗତକାଲି ର ବର୍ଷା ପରେ କିଛି ମାତ୍ରାରେ ଥଣ୍ଡା ଅନୁଭୂତ ହେଉଥିବା ବେଳେ ୪୮ ଘଣ୍ଟା ପୂର୍ବରୁ ନକ୍ସା କିଛି ଅଲଗା ଥିଲା ।
ଅସହ୍ୟ ଗରମ ଓ ଗୁଳୁଗୁଳିରେ ନାକେଦମ ଥିଲା ସାରା ଓଡ଼ିଶା । ଅନ୍ୟ ଜିଲ୍ଲା ପରି ଢେଙ୍କାନାଳ ଜିଲ୍ଲାରେ ସକାଳ ୬ଟାରୁ ଗୁଳୁଗୁଳି ଆରମ୍ଭ ଅନ୍ୟପଟେ ସକାଳ ୮ଟା ବେଳୁ ଆରମ୍ଭ ପ୍ରଚଣ୍ଡ ଖରା ।

ଅନ୍ୟପଟେ ଅଘୋଷିତ ପାୱାରକଟ ଯୋଗୁଁ କଲବଲ ହୋଇପଡ଼ୁଛନ୍ତି ଜିଲ୍ଲାବାସୀ । ସକାଳୁ ଉଠୁ ଉଠୁ ଆଖି ଖୋଲିଲା ବେଳକୁ ସ୍ଥିର ରହୁଛି ଫ୍ୟାନ ଦିନ ବାରଟାରେ ଫ୍ୟାନ ଟି ସତରେ ସ୍ୱୟଂଚାଳିତ ଇଚ୍ଛା ହେଲେ ଘୁରୁଛି ନହେଲେ ଯେଉଁଠି ସେଇଠି । ଲକଡାଉନ୍ ରେ ଗାଡି ମଟର ସାଉଣ୍ଡ ନ ସୁଭିବାକୁ ସତେ ଯେପରି କୌଣସି ଦୁର୍ଗମ ଅଞ୍ଚଳ ପରି ମନେ ହେଉଛି ବୋଲି କହିଛନ୍ତି ସହର ବାସୀ ।

ସଂକ୍ରମଣ ଯୋଗୁଁ ଘରୁ ବାହାରକୁ ନ ବାହାରିବାକୁ ସରକାର ବାରମ୍ବାର କହୁଥିବା ବେଳେ ଅଘୋଷିତ ପାୱାର କଟ ଏବଂ ଲୋଭୋଲ୍ଟେଜ ଯୋଗୁଁ ଘର ଭିତରେ ରହିବା ମଧ୍ୟ ମୁସ୍କିଲ ହୋଇପଡୁଛି ।

ରାଜ୍ୟରେ କାଳବୈଶାଖୀ ସକ୍ରିୟ ହେଉଥିବାରୁ ଧୀରେଧୀରେ ଅସହ୍ୟ ଗୁଳୁଗୁଳି ରେ ସୁଧାର ଆସିଥିବା ପାଣିପାଗ ବିଶେଷଜ୍ଞ କହିଥିବା ବେଳେ ବିଦ୍ୟୁତ ଯୋଗାଉଥିବା ସଂସ୍ଥା କେବେ ସୁଧୁରିବେ ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

new life
You might also like
error: Content is protected !!