News
WhatsApp Image 2023-10-04 at 17.25.00
samparksetu

ଯୁବକ ସଙ୍ଘ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

କାମାକ୍ଷାନଗର ଜିରିଡ଼ାମାଳି ଠାରେ ସ୍ଥାନୀୟ ଗ୍ରାମ୍ୟ ଯୁବକ ସଙ୍ଘ ତରଫରୁ ଗରିବ, ଅସହାୟ ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି ।

କରୋନା ମହାମାରୀ ହେତୁ ସାରାରାଜ୍ୟରେ ସପ୍ତାହନ୍ତ ଲକଡାଉନ ଭ ସଟଡାଉନ ଲାଗି ରହିଛି ।ମୁଲମଜୁରୀ, ବିଭିନ୍ନ କାମ କରି ପରିବାର ପ୍ରତିପୋଷଣ କରୁଥିବା ଲୋକମାନେ ଏବେ ଆର୍ଥିକ ସମସ୍ୟାରେ କାଳାତିପାତ କରୁଛନ୍ତି ।

ସେହି ଲୋକମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରି ଯୁବକ ସଙ୍ଘ ର ସଦସ୍ୟ ମାନେ ମାନବିକତା ର ପରିଚୟ ଦେଇଛନ୍ତି l ବାଦଲ ବେହେରା, ଶୈଳେନ୍ଦୁ ବାରିକ, ପବିତ୍ର ବାରିକ, ଅଶୋକ ବେହେରା,ନିକୁଞ୍ଜ ଦାସ, ଚନ୍ଦନ, ପଦୀ ଭଳି ଯୁବକ ମାନେ ନିଜସ୍ୱ ଉଦ୍ୟମ ରେ ଏହି ରନ୍ଧାଖାଦ୍ୟ ବଣ୍ଟନ କରିଛନ୍ତି ।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଯୁବକ ସଙ୍ଘ ର ସମସ୍ତ ସଦସ୍ୟ ମାନଙ୍କ ଏ ଭଳି କାର୍ଯ୍ୟ କୁ ନେଇ ଉଚ୍ଚ ପ୍ରଶଂସା କରିଛନ୍ତି ।

new life
You might also like
error: Content is protected !!