News
WhatsApp Image 2023-10-04 at 17.25.00
samparksetu

ସ୍ତ୍ରୀ କୁ ପିଟିପିଟି ମାରିଦେଲା ସ୍ୱାମୀ !

ପରସ୍ପର କୁ ଭଲ ପାଇ ସାତ ଜନମ ର ସାଥି ହୋଇଥିଲେ । ସାରା ଜୀବନ ସୁଖଦୁଃଖ ର ବାଟକୁ ଉଭୟ ହସିହସି ସହିବା ନେବା ପାଇଁ ଉତ୍ତର ଦାୟୀ ଥିଲେ ।

କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା , ବିବାହ ର ମାତ୍ର ଗୋଟିଏ ବର୍ଷ ଭିତରେ ସ୍ୱାମୀ ର କାଠ ପଟ୍ଟା ମାଡ଼ ରେ ସ୍ତ୍ରୀ ର ମୃତ୍ୟୁ ହୋଇଗଲା ।

ସୂଚନା ଅନୁସାରେ କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମର ବିକ୍ରମ ନାଏକ ଏକ ବର୍ଷ ତଳେ ବର୍ଷା ନାଏକ ଙ୍କୁ ପ୍ରେମ ବିବାହ କରିଥିଲେ । ଦୁହେଁ କିଛିଦିନ ଚେନ୍ନାଇ ର ଏକ ଚିଙ୍ଗୁଡ଼ି ଫାକ୍ଟ୍ରି ରେ କାମ କରି ନିଜ ଗୁଜୁରାଣ ମେଣ୍ଟାଉ ଥିଲେ ।

ମାତ୍ର କରୋନା ପ୍ରଭାବ ରେ ଦୁହେଁ କିଛଦିନ ହେବ ନିଜ ଗାଁ କୁ ଫେରିଆସିଥିଲେ । ଗୋଟିଏ ପଟେ ପେ ର ଭୋକ ଓ଼ ଅନ୍ୟ ପଟେ ସଂସାରର ଜ୍ୱାଳା ସ୍ୱାମୀ ବିକ୍ରମ କୁ ଜିଇବାଁ ର ବାଟ ଭୁଲାଇଦେଇଥିଲା ।

ଆଜି କୌଣସି କାରଣ ରୁ ଉଭୟ ସ୍ୱାମୀ ଓ଼ ସ୍ତ୍ରୀ ଙ୍କ ମଧ୍ୟରେ ବଚସା ହୋଇଥିଲl , ଏଥିରେ ରାଗି ଯାଇ ବିକ୍ରମ ଏକ କାଠପଟ୍ଟା ରେ ତା ସ୍ତ୍ରୀ କୁ ଆକ୍ରମଣ କରିଥିଲା l ଫଳରେ ତା ସ୍ତ୍ରୀ ଘଟଣା ସ୍ଥଳ ରେ ପ୍ରାଣ ହରାଇ ଥିଲା । ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବକୁ ଜବତ ରଖି ବ୍ୟବଛେଦ କରିବା ସହ ବିକ୍ରମ କୁ ଗିରଫ କରିଛି ।

new life
You might also like
error: Content is protected !!