News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ କାର୍ଯ୍ୟକ୍ଷମ ହେଲା ବହୁ ଦିନରୁ ଅଚଳ ପଡିଥିବା ନଳକୂପ

ଢେଙ୍କାନାଳ ଜିଲ୍ଲା ବଣସିଂହ ପଞ୍ଚାୟତ ଅନ୍ତର୍ଗତ ଛଡାସିଂହ ଗ୍ରାମରେ ପାନୀୟ ଜଳ ଘୋର ଅଭାବ ଦେଖାଦେଇଥିଲା ।

ଗ୍ରାମର ମଝିରେ ଥିବା ଏକ ନଳକୂପ ଯାହା ଉପରେ ପ୍ରାୟ ୩୦ ପରିବାର ନିର୍ଭର କରନ୍ତି , ତାହା ୨୦ ଦିନ ହେବ ଅଚଳ ହୋଇ ପଡିରହିଥିଲା ,ଜେଇ ଏବଂ ସରପଞ୍ଚ ଙ୍କୁ ଅନେକ ଥର ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ଆଣିଥିଲେ ଗ୍ରାମବାସୀ । ତେବେ ଏ ନେଇ ଆମେ ୨୧ ମଇରେ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ସହ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲୁ ।

ତେବେ ଖବର ପ୍ରସାରଣ ର ୨୪ ଘଣ୍ଟା ନପୁରୁଣୁ ନଳକୂପ ଟି ଠିକ କରାଇଥିଲେ ବିଭାଗୀୟ ଅଧିକାରୀ । ଏ ନେଇ ଗ୍ରାମବାସୀ ଢେଙ୍କାନାଳ ଅପଡେଟ କୁ ଧନ୍ୟବାଦ ଜଣାଇଛନ୍ତି ।

new life
You might also like
error: Content is protected !!