ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ସାଇକ୍ଲୋନିକ ଷ୍ଟର୍ମ “ୟସ” ଆସନ୍ତା ୨୬ ତାରିଖ ଦିନ ଲ୍ୟାଣ୍ଡ ଫଲ ହେବାକୁ ଥିବା ସମୟରେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପୂର୍ବପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ସେହିଭଳି ଭାବେ ଢେଙ୍କାନାଲ ଜିଲ୍ଳାର ଅଗ୍ନିଶମ ସେବା ବାହିନୀ ତରଫରୁ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଢେଙ୍କାନାଳ ରେ ୧୧ଟି ଟିମ ଗଠନ କରାଯାଇଥିବା ବେଳେ ପ୍ରତ୍ୟେକ ଟିମରେ ୩ ଜଣ ଅଗ୍ନିଶ୍ରମ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବା ସହ ଗୋଟିଏ ଗାଡ଼ି, ବିଭିନ୍ନ ପ୍ରକାରର ଗଛ କଟା କଟର, ଏବଂ ଅନ୍ୟାନ୍ୟ ଜିନିଷ ପତ୍ର ଆଲଟ କରାଯାଇଛି ବୋଲି ଆସିଷ୍ଟାଣ୍ଟ ଫାୟାର ଅଫିସର ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି ।
ସେହିଭଳି ଏକ ସ୍ପେସିଆଲ ୭ ଜଣିଆ ଟିମ ଢେଙ୍କାନାଳରୁ ଯାଜପୁର ଅଭିମୁଖେ ଯିବାପାଇଁ ପ୍ରସ୍ତୁତ କରାଯାଇଛି ,ଯେଉଁମାନେ କି ବାତ୍ୟା ପରେ ଉଦ୍ଧାର କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଆଲର୍ଟ କରାଯାଇଛି ।