News
WhatsApp Image 2023-10-04 at 17.25.00
samparksetu

ଅନ୍ଧାର ରାତି ର ସାଥି

“ଅନ୍ଧାର ମାଡି ଆସିଲାଣି ତୁ ବାରିପଟ ପିଣ୍ଡାଟାରେ କାହିଁକି ଏମିତି ମୁକୁଳା କେଶ ରେ ବସି ରହିଛୁ,ତତେ କଣ ଦିଶୁନାହିଁ ଚାରିଦିଗ ଅନ୍ଧାର ହୋଇଗଲାଣି , ଏ ମଞ୍ଜୁ,ମଞ୍ଜୁ ତୁ କଣ କଲୁଣି ହେଇ ଗଲୁଣି” ଶେଷରେ ବିରକ୍ତ ହୋଇ ଆଉ କିଛି ନ କହି ମଞ୍ଜୁ ର ମା ଚାଲି ଯାଇଥିଲେ ଗୁହାଳ ଘର ଆଡକୁ ।ହେଲେ ମଞ୍ଜୁ କୁ ଏ ସବୁ କିଛି ସୁଭିନଥିଲା,ତାକୁ ସେ ସମୟରେ ଦେଖା ଯାଉଥିଲା ତା ପାଖରେ ନତମସ୍ତକ ହୋଇଥିବା ବିରାଟ ବଡ଼ ଗଗନ ଚୁମ୍ବି କଳା ଅନ୍ଧାରିଆ କଳାବାଦଲ । ମଞ୍ଜୁ ଛୋଟ ବେଳୁ କେଜାଣି କାହିଁକି ଏମିତି ପ୍ରତି ଅନ୍ଧାର ରାତିରେ ଚାହିଁ ରହିଥାଏ ସେଇ କଳାବାଦଲ ର ଘିଟି ଘିଟି ଅନ୍ଧାର ଆଡକୁ ।ଦିନ ବେଳା ସାଧାରଣ ମଣିଷ ଭଳି ତା ଜୀବନ ଶୈଳୀ କିନ୍ତୁ ରାତି ହେଲେ କାହାରିକୁ କିଛି କୁହେନାହିଁ, ଖାଲି ଚାହିଁ ରହିଥାଏ ତାର ସେଇ କଳା ବାଦଲ ର ବାଟକୁ ।

ହେଲେ ସେ କଳାବାଦଲ ର ରାତି ସବୁ ଦିନ ଆସେ ନାହିଁ ତଥାପି ଝରକା ପାଖରେ ଚାହିଁ ରହିଥାଏ ଆଉ ଦଖିଲେ ଚାଲିଯାଏ ସେଇ ବାରି ପଟ ମାଟିପିଣ୍ଡା ଆଡକୁ Iମଞ୍ଜୁ ର ମା” କହୁଥିଲେ ଯେ ମଞ୍ଜୁଲତା କାଳେ ଏମିତି ଏକ ଅନ୍ଧାରିଆ ରାତିରେ ଜନ୍ମ ହୋଇଥିଲା ଆଉ ଜନ୍ମ ହଉ ହଉ ଲିଭି ଯାଇଥିଲା ସେ ଅନ୍ଧାଇରିଆ ଘରେ ଜଳୁଥିବା ଡିବିରି ଟା । ଆଉ ଥରେ ସେମିତି ଆଠ ବର୍ଷର ହୋଇଥାଏ ବାରି ପଛ ପଟରେ ଉପର ବେଳା ଟାରେ ସାଙ୍ଗ ମାନଙ୍କ ସାଥିରେ ଖେଳୁଥାଏ, କେଜାଣି କଉଠୁ ଥିଲା ହଠାତ୍ କଳା ଅନ୍ଧାର ଘୋଟି ଆସିଲା ଆଉ ଅନ୍ଧାର ହୋଇଯାଇଥିଲା ଚଉଦିଗ ।

ସଭିଏଁ ଛାନିଆ ହୋଇ ଜୀବନ ଆକୁଳରେ ଘର ଭିତରକୁ ପଶି ଆସିଥିଲେ ହେଲେ ମଞ୍ଜୁଲତା ଦଉଡ଼ି ଥିଲା ରେଳ ଧାରଣାର ଆର ପାଖରେ ଥିବା ପଦିଆ ବୁଢ଼ାର ଆମ୍ବ ତୋଟା ଆଡକୁ । ଅଦିନିଆ ମେଘ ସାଙ୍ଗକୁ ଘୁ ଘୁ ପବନ ବହୁଥାଏ,ସେଇ ଅନ୍ଧାରିଆ ଆମ୍ବ ତୋଟା ଭିତରଟାରେ କେଜାଣି କଣ ପାଇଁ ପଶିଯାଇଥିଲା ମଞ୍ଜୁ, ତୋଟା ନୁହେ ତ ମଶାଣି କହିଲେ କିଛି ଭୁଲ ହେବନାହିଁ । ବାପାଙ୍କ ମନ ରେ ଅନେକ ଚିନ୍ତା ପଶୁଥାଏ କାଳେ ମଞ୍ଜୁ ର କିଛି ହୋଇଯାଇନି ତ ।

ତୋଟା ଭିତରେ ଥିବା ବିଶାଳ କାୟ କୂଅ, ମଶାଣି ପାଖ,ଆଉ ବିରାଟ କାୟ ପୋଖରୀ ସବୁ ଜାଗା ତକ ତନ ତନ କରି ଖୋଜି ସାରିଥିଲେ କେଉଁଠି ବି ତା’ର ସୋର୍ ଶବଦ୍ କିଛି ମିଳିନଥିଲା । ଅନ୍ଧାରଟାରେ ତାକୁ କେଉଁଠୀ ନପାଇ ତୋଟା ଭିତରୁ ବାହାରକୁ ଆସି ସଭିଏଁ ଏକା ସାଙ୍ଗରେ ଋଣ୍ଡ ହୋଇଥାନ୍ତି ଠିକ୍ ସେହି ସମୟରେ ହଠାତ୍ ଚିତ୍କାର କରି ଏକ ଗଗନ ଚୁମ୍ବୀ ଡାଳ ଉପରୁ ଖସି ପଡିଥିଲା ମଞ୍ଜୁ ଲତା । ଆଶର୍ଯ୍ୟ ର କଥା ସାମାନ୍ୟ ମୁଣ୍ଡରେ ଆଘାତ ଟିକେ ବ୍ୟତୀତ ଆଉ କୌଣସି ବଡ଼ ଧାରଣର ଜଖମ ହୋ ନଥିଲା, ସଂଭିଙ୍କ ମନରେ ଏକ ଅଲଗା ଆସଙ୍କା ପଶିଥିଲା । ଏଇ ଝଡ଼ ତୋଫାନ ରେ ବିରାଟ ବର ଗଛ ଉପରକୁ କାହିଁକି ଓ କଣପାଇଁ ଚଡ଼ିଥିଲା କଣ ଖୋଜୁଥିଲା ମଞ୍ଜୁ ଏଇ ଶିଖର ଉପରେ । ଦିନକୁ ଦିନ ମଞ୍ଜୁ ର ଏମିତି ନୂଆ ନୂଆ ଘଟଣା ମାନ ଘଟି ଚାଲିଥିଲା ତା ପୁଣି ଏଭଳି କଳା ଅନ୍ଧାରିଆ ରାତିରେ ।

ମାହାପୁରୁଙ୍କ ଦୟାରୁ କେବେ କୌଣସି ଅଘଟଣ ଘଟିନାହିଁ ,ହେଲେ ସବୁଥର ଭଳି ଆଜି ମଞ୍ଜୁଲତା ର ଭାଗ୍ୟ ଆଉ ତାକୁ ସାହା ହେଲାନାହିଁ । କଳା ବାଦଲ ର କଳା ରାତି ତ ସବୁଥର ଆସେ ଆଉ କିଛି ନା କିଛି ଅଘଟଣ ଘଟେ,ହେଲେ ଆଜି ଘୁ ଘୁ ପବନ ସାଙ୍ଗକୁ ବିରାଟକାୟ କଳା ବାଦଲର ଛାଇ ର ଅନ୍ଧାରରେ ଧଳା ମସ ମସ ବଳଦ ଗୁଡାକ ବି ଦିଶୁ ନଥାନ୍ତି । କେଜାଣି କେଉଁଆଡ଼ୁ ଏକ ଚିହ୍ନା ଚିହ୍ନା ଡାକ ଶୁଭିଥିଲା ମଞ୍ଜୁ ର କାନକୁ, ହଁ ବୋଧ ହୁଏ ସେଇ କଳା ବାଦଲର ଡାକ ତାକୁ ଡାକି ନେଉଥିଲା ତାର ସେଇ ଘୀଟି ଘିଟି ଅନ୍ଧାରିଆ କଳାଛାଇ ଆଡକୁ I ହଠାତ୍ ମଞ୍ଜୁ ଉଠୀପଡ଼ିଥିଲା ତାର ସେଇ ମାଟି ପିଣ୍ଡା ରୁ ଆଉ ମୁହାଁଇ ଥିଲା ନଇ ଠୁତ ଆଡକୁ ।ମାନି ନଥିଲା ଗୌରା ବାଡ଼ିର କଣ୍ଟା ବାଡ଼କୁ, କଣ୍ଟା ବାଡ଼ରେ ପଣତଟା ଲାଗି ଚିରି ଚିରି ଯାଉଥିଲା । ତଥାପି ତାର କୌଣସି ନିଘା ରହିନଥିଲା I ସେଇଠୁ ଯାଇ ମଦନ ର ଗୁହାଳ ଭିତରେ ପଶି ପଛପଟ ବାଟ ଦେଇ ବାହାରିଲା ସୁକ ମାଉସୀ ଘର ପଛ ପଟ ରେ ,ଆଉ ତାପରେ ତାକୁ ଦିଶିଥିଲା ଅନତି ଦୂରରେ ଥିବା ଗାଁ ଶେଷମୁଣ୍ଡ ପାଖରେ ଥିବା ନଇ ତୁଠ ।

ଏକା ରାହା ରେ ଦଉଡ଼ି ଦଉଡ଼ି ଯାଇ ପହଞ୍ଚିଥିଲା ସେଇ ନଈ ତୁଠ ବାଲି ଉପରେ । ହାତୀ ଭଳି ତା ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଘୋର କଳା ଅନ୍ଧାରିଆ ଆଡକୁ ଧୁସୁମାରି ହୋଇ ମଦିଚଳିଥିଲା । ଓସାରିଆ ତା ପାଦ ଦୁଇଟି ର ପାଦ ଚିହ୍ନ ଗୁଡ଼ିକ କଞ୍ଚା ବାଲି ଉପରେ ବେଶ୍ ମାନୁଥାଏ । ଯେତେ ଡେଇଁ ଡେଇଁ ହାତ ବଢ଼ାଉ ଥାଏ କେବେ ଛୁଇଁ ପାରୁନଥାଏ ସେଇ ନିଷ୍ଟୁର ଆଉ ନିର୍ଦଇ କଳା ବାଦଲ କୁ । ଯେମିତି ଡ୍ରକ୍ସ ବ୍ୟବହାର କରୁଥିବା ବ୍ୟକ୍ତି। ଜଣକ ଡ୍ରକ୍ସ୍ ଟିକେ ନପାଇ ଛଟପଟ ହେଉଥାଏ ଠିକ୍ ସେମିତି ରାତି ସାରା ଛଟପଟ ହେଉଥାଏ ଏଇ ମଞ୍ଜୁ ।

ମୁକୁଳା କେଶ କୁ ବଡ଼ ବଡ଼ ନାଲି ପଡ଼ି ଯାଇଥିବା ତା ଆଖି ଦୁଇଟା ସତେ ଅବା ବାଆସିଳି ଟାଏ । ଅତି କ୍ଷୁଧାତୁର ହୋଇ ଚାହିଁ ବୁଲୁଥିଲା ଚାରିପଟକୁ ଆଉ ପାଇଥିଲା କୂଳରେ ବନ୍ଧା ହୋଇଥିବା ଗୋଟିଏ ଛୋଟ ଡଙ୍ଗା ଟିଏ । ଡେରି ନକରି ଦୌଡ଼ି ଯାଇ ବସି ପଡ଼ିଥିଲା ସେଇ ଡଙ୍ଗା ପରେ, ବାହି ଚାଲିଲା ଅହୁଲାଟାକୁ ଜାବୁଡ଼ି ଧରି ଅତି ବେଗରେ ।କଉ ଦିଗ ଆଡକୁ ଯିବ ସିଏ ନିଜେବି ଜାଣିନଥିଲା,ହେଲେ ଅତି ବେଗରେ ମାଡି ଚାଲିଥିଲା ତାରି ପଛରେ ଜିଏ ତାକୁ ଡାକି ଆଣିଥିଲା ତାର ସେଇ ମାଟି ପିଣ୍ଡାରୁ ।ମଝିରେ ମଝିରେ ହାତ ବଢାଉ ଥାଏ ମଞ୍ଜୁ, ଛୋଟ ଡଙ୍ଗାଟା ଭାରସ୍ୟାମ ହରାଇ ଦୋହଲି ପଡୁଥାଏ ହେଲେ ସେ ନିର୍ଦ୍ଦୟ କଳା ବାଦଲ କୁ ମଞ୍ଜୁ ର ଏଇ କରୁଣ ଦୃଶ୍ୟ କିଛି ଦିଶୁ ନଥିଲା, ସେତ ତାକୁ ଟାଣି ନେଉଥାଏ ତାର ସେଇ ଅନ୍ଧାରିଆ ଦିଗହରା ପଥ ଆଡକୁ ।

ଦୂରରୁ ଦେଖିଲେ ଲାଗୁଥାଏ ସତେ ଯେମିତି କଳା ବାଦଲଟା ଆଉ ନଈ ର ପାଣି ଦୁହେଁ ଏକା ସାଙ୍ଗରେ ମିଶି ଯାଇଛନ୍ତି ଆଉ ତା ଭିତରେ ଧଳା ଶାଢ଼ୀ ପିନ୍ଧା ମୁକୁଳା କେଶରେ ପାଞ୍ଚ ହାତର ଉଆଁଶି ଟା ଘିଅ ସରା ଦୀପ ଟିରୁ ସଲିତା ଟା ଛଟପଟ ହୋଇ ଲିଭିଲା ଭଳି ଲିଭି ଲିଭି ଯାଉଚି । ଧୀରେ ଧୀରେ ମଞ୍ଜୁ ଆଉ କେଉଁ ଆଡକୁ ଦେଖା ଗଲାନାହିଁ ମିଶିଗଲା ସେଇ କଳା ବାଦଲର ଘିଟି ଘିଟି କଳା ଅନ୍ଧାରିଆ ଛାଇ ରେ ।

new life
You might also like
error: Content is protected !!