News
WhatsApp Image 2023-10-04 at 17.25.00
samparksetu

ଓଡ଼ିଶାର ଏ ଲଢେଇରେ ସାମିଲ୍ ହେବାକୁ ଅନୁରୋଧ

ଯୁବ ବନ୍ଧୁମାନଙ୍କ ସକ୍ରିୟ ସହଯୋଗ ଓ ନିଜ ନିଜ ସ୍ତରରେ ସେବା ମନୋଭାବ ନେଇ କାମ କରି ଉଜ୍ଜ୍ଵଳ ଦୃଷ୍ଟାନ୍ତ ସୃଷ୍ଟି କରିବା ବର୍ତ୍ତମାନର ଆହ୍ଵାନ ଓ ଆବଶ୍ୟକତା । ସଚେତନତା, ସହଭାଗୀତା ଓ କ୍ରିୟାଶୀଳତା କୁ ଆଧାର କରି ସାଧ୍ୟ ମତେ ସହାୟତାର ହାତ ବଢ଼ାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାର ଏ ଲଢେଇରେ ସାମିଲ୍ ହେବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି l

ସାରା ମାନବ ଜାତି ବର୍ତ୍ତମାନ ଏକ କଷ୍ଟକର ସମୟ ଦେଇ ଗତି କରୁଛି। କୋଭିଡ ବିରୁଦ୍ଧରେ ଆମର ଲଢ଼େଇ ଜାରି ରହିଛି। ବାତ୍ୟା ‘ୟାସ’ ବର୍ତ୍ତମାନ ଆମ ପାଇଁ ଆହୁରି ଏକ ବଡ ବିପଦ ଆଣିଛି। ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ, ତଥାପି ଆମକୁ ସତର୍କ ରହିବାକୁ ହେବ। ସରକାର ବାତ୍ୟା ଓ କୋଭିଡ ସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି ।

ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ପରିବାର ଭାବରେ ସ୍ଵୀକାର କରି ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା ମୁଖ୍ୟମନ୍ତ୍ରୀ କହିବା ସହ ସମସ୍ତେ ବାତ୍ୟା ଆଶ୍ରୟସ୍ଥଳୀ ତଥା ପକ୍କା ଘର ଆଦି ନିରାପଦ ସ୍ଥାନକୁ ଚାଲି ଯିବାକୁ ପରାମର୍ଶ ଦେଇଛନ୍ତି । ଏବଂ ବାତ୍ୟାର ମୁକାବିଲା ପାଇଁ ସ୍ଥାନାନ୍ତର କାର୍ଯ୍ୟରେ ପ୍ରଶାସନକୁ ପୁରା ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।

ବର୍ତ୍ତମାନ ସ୍ଥିତିରେ ଦୁଇଟି ମାସ୍କ ପିନ୍ଧିବା ଆମ ସ୍ଵାସ୍ଥ୍ୟ ପାଇଁ ଖୁବ ଜରୁରୀ। ବାତ୍ୟା ଆଶ୍ରୟସ୍ଥଳୀ, ପକ୍କା ଘର ଯେଉଁଠାରେ ବି ଥାଆନ୍ତୁ, ଦୁଇଟିି ମାସ୍କ ପରିଧାନ, ସାବୁନରେ ହାତ ଧୋଇବା ସହ ସାନିଟାଇଜର ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଆମ ସମସ୍ତଙ୍କୁ ପରାମର୍ଶ ଦେବା ସହିତ ଆବଶ୍ୟକତାକୁ ଦେଖି ମିଶନ ଶକ୍ତି ଜରିଆରେ ମାସ୍କ ଯୋଗାଇବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରତିନିଧି ଓ ନାଗରିକ ସମାଜର ବନ୍ଧୁମାନଙ୍କ ସହଯୋଗ ଯୋଗୁଁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସବୁବେଳେ ଓଡ଼ିଶା ବିପର୍ଯ୍ୟୟ ମୁକାବିଲା ରେ ଭଲ ପ୍ରଦର୍ଶନ କରିଆସିଛି।

ଏପରିକି ଓଡ଼ିଶା ପୂର୍ବରୁ ବିପର୍ଯ୍ୟୟରେ କ୍ଷତି ଗ୍ରସ୍ଥ ହୋଇ ବହୁ ମାତ୍ରାରେ ଧନ ଜୀବନ ହାନି ହେଉଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱରେ ଆଜି ସଫଳ ବିପର୍ଯ୍ୟୟ ପରିଚାଳନା ରେ ଓଡ଼ିଶା ସାରା ବିଶ୍ୱରେ ମଡେଲ ହୋଇ ଉଭା ହୋଇଛି ।

ତେଣୁ ଏଥର ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ପରାମର୍ଶ ଅନୁସାରେ ଆମେ ସମସ୍ତେ ମିଶି ବାତ୍ୟା ‘ୟାସ’ ଓ ‘କୋଭିଡ’ ଦୁଇ ବିପଦ ବିରୁଦ୍ଧରେ ଏକାଠି ଲଢ଼ିବା ଏବଂ ନିଶ୍ଚୟ ଜିତିବା । ଯୁବ ବନ୍ଧୁମାନଙ୍କ ସକ୍ରିୟ ସହଯୋଗ ଓ ନିଜ ନିଜ ସ୍ତରରେ ସେବା ମନୋଭାବ ନେଇ କାମ କରି ଉଜ୍ଜ୍ଵଳ ଦୃଷ୍ଟାନ୍ତ ସୃଷ୍ଟି କରିବା ବର୍ତ୍ତମାନର ଆହ୍ଵାନ ଓ ଆବଶ୍ୟକତା । ସଚେତନତା, ସହଭାଗୀତା ଓ କ୍ରିୟାଶୀଳତା କୁ ଆଧାର କରି ସାଧ୍ୟ ମତେ ସହାୟତାର ହାତ ବଢ଼ାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାର ଏ ଲଢେଇରେ ସାମିଲ୍ ହେବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି l

ବିଜୟ କୁମାର ନାୟକ,କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ,
ରାଜ୍ୟ ଯୁବ କଲ୍ୟାଣ ବୋର୍ଡ, ଓଡିଶା ସରକାର ତଥା
ରାଜ୍ୟ ସାଧାରଣ ସମ୍ପାଦକ(ଆଞ୍ଚଳିକ ଉନ୍ନୟନ )
ଜିଲ୍ଲା ପର୍ଯ୍ୟବେକ୍ଷକ, ଢେଙ୍କାନାଳ ବିଜୁ ଜନତା ଦଳ

new life
You might also like
error: Content is protected !!