News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ କାର୍ଯ୍ୟକ୍ଷମ ହେଲା ଅଚଳ ପଡିଥିବା ନଳକୂପ

ପରଜଙ୍ଗ ବ୍ଳକ୍ ବାରିହାପୁର ଗ୍ରାମର ଚକ୍ରଧରପୁର ରେ ପାଣି ଟୋପାଏ ପାଇଁ ଗ୍ରାମବାସୀ ଙ୍କ ମଧ୍ୟରେ ଡହଳ ବିକଳ ହେଉ ଥିଲେ ଗ୍ରାମବାସୀ । ଏହି ଗ୍ରାମରେ ଦୁଇ ଗୋଟି ନଳକୂପ ଥିବା ବେଳେ ଗୋଟିଏ ରେ ବାରମ୍ବାର ଚେନ ଛିଡି ଖରାପ ହେଉ ଥିବା ବେଳେ ଅନ୍ୟ ନଳକୂପ ଟି ପାଇପ ଫାଟି ଅଚଳ ହୋଇ ପଡିରହିଥିଲା ଯାହା ଫଳରେ ଖରା ଦିନରେ ପାଣି ଟୋପାଏ ପାଇଁ ନାହିଁ ନଥିବା ର ଅସୁବିଧାର ସମ୍ମୁଖିନ ହେଉ ଥିଲେ ଗ୍ରାମବାସୀ ।

ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ “ଯୁବଶକ୍ତି” ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ଅଭିଯୋଗ କ୍ରମେ ଗତ ରବିବାର ୨୩ମେ ରେ ଖବର ପ୍ରସାରଣ ସହ ଅଧିକାରୀ ଙ୍କୁ ଅବଗତ କରାଯାଇଥିଲା, ତେବେ ସୋମବାର ସକାଳୁ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, କାର୍ଯ୍ୟକ୍ଷମ ପରେ “ଯୁବଶକ୍ତି” ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

new life
You might also like
error: Content is protected !!