News
WhatsApp Image 2023-10-04 at 17.25.00
samparksetu

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ବିକାଶ

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଢେଙ୍କାନାଳ ସଦର ବ୍ଳକ୍ ସରାକପାଟଣା ଗ୍ରାମର ବିକାଶ କୁମାର ସିଠ ।

ବିକାଶ ଅସହାୟ ଏବଂ ବସ୍ତିରେ ରହୁଥିବା କୁନି ପିଲାଙ୍କ ଗହଣରେ ପାଳିଛନ୍ତି ତାଙ୍କର ଜନ୍ମଦିନ । ଏହି ଅବସରରେ ସେ କୁନି ପିଲାଙ୍କୁ ଚକଲେଟ କେକ୍ ଖୁଆଇବା ସହ ଦିନଟିଏ ପାଇଁ ହେଉ ପଛେ ଯେପରି ସମସ୍ତେ ପେଟପୁରା ଖାଇପାରିବେ ଏନେଇ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛନ୍ତି ।

କାହା ମୁହଁରେ ଯଦି ଚେନାଏ ହସ ଫୁଟାଇ ପାରିବା ତେବେ ଆମ ଜୀବନ ବି ଆନନ୍ଦମୟ ହୋଇଉଠିବ ଏହା ଥିଲା ତାଙ୍କର ଚିନ୍ତାଧାରା ।

new life
You might also like
error: Content is protected !!