News
WhatsApp Image 2023-10-04 at 17.25.00
samparksetu

ଖବର ପ୍ରସାରଣ ପରେ ମନ୍ତ୍ରୀ ନେଲେ କାର୍ଯ୍ୟାନୁଷ୍ଠାନ, ଖୁବ ଶୀଘ୍ର ଖାଦ୍ୟ ଯୋଗାଣ ଯୋଜନାରେ ଲାଭପ୍ରଦ ହେବେ ପିତାମ୍ବର

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗାଁରେ ବାସ କରନ୍ତି ବୃଦ୍ଧ ପିତାମ୍ବର ଦେହୁରୀ ଏବଂ ତାଙ୍କର ୧୮ ବର୍ଷ ବୟସର ମାନସିକ ବିକାରଗ୍ରସ୍ତ ପୁଅ ବାପୁନ ଦେହୁରୀ । ପିତାମ୍ବରଙ୍କ ସ୍ତ୍ରୀ ପାନ ଦେହୁରୀ ଆଜକୁ ୯ ବର୍ଷ ତଳେ ଅଜଣା ରୋଗରେ ପଡ଼ି ମୃତ୍ୟୁ ବରଣ କରିଛନ୍ତି ।

ମାନସିକ ବିକାରଗ୍ରସ୍ତ ପୁଅକୁ ନେଇ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ବହୁ କଷ୍ଟରେ ଚଳୁଥିଲେ ପିତାମ୍ବର ଗୋଡ଼ରେ ଏକ ବିରାଟ କ୍ଷତ ହେବା ପରେ ପଙ୍ଗୁ ପ୍ରାୟ ହୋଇ ପଡି ରହିଲେ ପିତାମ୍ବର। ସ୍ଥାନୀୟ ସମାଜସେବୀଙ୍କ ସହଯୋଗରେ ବହୁ କଷ୍ଟରେ ତାଙ୍କ ଗୋଡଟି ଭଲ ହୋଇଗଲା ।

କିନ୍ତୁ ଜୀବନର କଷଟି ଭିତରେ ଆଜି ବି ଚାପି ହୋଇ ରହିଛନ୍ତି । ମୌଳିକ ଆବଶ୍ୟକତାରୁ ସମ୍ପୂର୍ଣ୍ଣ ବଞ୍ଚିତ ପିତାମ୍ବର । ଖାଦ୍ୟ ,ବସ୍ତ୍ର ,ବାସଗୃହ ତାଙ୍କ ପାଇଁ ସାତସପନ । ଖରା, ବର୍ଷା, ଶୀତ ଆଉ ଝଡ଼ ତୋଫାନରେ ଏହି ଗଛ ମୂଳ ହିଁ ତାଙ୍କର ଏକମାତ୍ର ଠିକଣା । ପିତାମ୍ବରଙ୍କ ପାଖରେ ନା ଅଛି ଆଧାରକାର୍ଡ ,ନା ଅଛି ରାସନ କାର୍ଡ । ସରକାରଙ୍କ ଦସ୍ତାବିଜରୁ ସେ ସମ୍ପୁର୍ଣ୍ଣ ନିଖୋଜ ହୋଇ ଯାଇଛନ୍ତି ।

ଏ ନେଇ କିଛିଦିନ ତଳେ ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ମନ୍ତ୍ରୀ ରାଜା ସ୍ୱାଇଁ ଟ୍ୱିଟ କରି ପିତାମ୍ବର ଙ୍କୁ ତୁରନ୍ତ ଖାଦ୍ୟ ଯୋଗାଣରେ ଅନ୍ତର୍ଭୁକ୍ତ କରିବା ସହ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜଣାଇଛନ୍ତି ।

new life
You might also like
error: Content is protected !!