News
WhatsApp Image 2023-10-04 at 17.25.00
samparksetu

ସହାୟତା ଆଶାରେ ୩ ବେସାହାରା ପରିବାର ; ବାତ୍ୟା ଆଣି ଦେଇଛି ଚିନ୍ତା

ମାଡି ଆସୁଛି ବାତ୍ୟା ୟସ ତେବେ ଏ ନେଇ ଢେଙ୍କାନାଳ ଜିଲ୍ଲାର କିଛି ବ୍ଳକ କୁ ଆଲର୍ଟ କରାଯାଇଛି । ସେ ମଧ୍ୟରେ ରହିଛି କଙ୍କଡ଼ାହାଡ଼ ।

କଙ୍କଡ଼ାହାଡ଼ ବ୍ଲକର କରୋଗଳା ପଞ୍ଚାୟତର ୩ ବେସାହାରା ପରିବାର ଏବେ ସ୍ଥାନୀୟ କଲେଜର ଅର୍ଦ୍ଧନିର୍ମିତ କୋଠାଘରେ ଆଶ୍ରୟ ନେଇଛନ୍ତି। ସେମାନେ ମଲାର ସମ୍ପ୍ରଦାୟର ଲୋକ। ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି।

ଏମାନଙ୍କ ନିକଟରେ ଆଧାର କାର୍ଡ ପରି କୌଣସି ପରିଚୟପତ୍ର ନାହିଁ। ସେଥିପାଇଁ ଏମାନଙ୍କୁ ନା ମିଳିଛି ଘର ନା ମିଳୁଛି ରାସନ୍! ବାତ୍ୟାର ଆଗମନ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଶ୍ରୀ ଆଶୁତୋଷ ପଣ୍ଡା ଉଦ୍ଧାର କରି ଥଇଥାନ କରିଛନ୍ତି। ସେମାନଙ୍କ ନିକଟରେ ଖାଇବା ପାଇଁ କିଛି ନଥିବା ହେତୁ ଅଳ୍ପ କିଛି ସାମଗ୍ରୀ ଯୋଗାଇ ଦେଇଛନ୍ତି। ପ୍ରଶାସନ ଏହି ୩ପରିବାରଙ୍କୁ ସହାୟତା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି।

ଆମେ କଙ୍କଡ଼ାହାଡ଼ ବ୍ଲକର ନୋଡାଲ ଅଫିସରଙ୍କ ସହ ଯୋଗାଯୋଗ କରିବା ପରେ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି ଓ ରାତିରେ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

new life
You might also like
error: Content is protected !!