News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ଜିଲ୍ଲାରେ ୪୪୧ ନୂଆ ପଜିଟିଜ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର କେତେ

ଢେଙ୍କାନାଳ ଜିଲ୍ଲାରେ ୪୪୧ ନୂଆ କରୋନା ପଜିଟିଜ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୪୧୭ ଜଣ ଘରୋଇ ସଂଙ୍ଗରୋଧରୁ ଓ ୨୪ ଜଣ ଡାକ୍ତରଖାନାରୁ ବୋଲି ଜଣାପଡିଛି ।

ସଦର ବ୍ଲକରୁ ୧୫୫ ଜଣ, ଗଁଦିଆ ବ୍ଲକର ୧୧୮, ଓଡ଼ାପଡ଼ା ୪୧, ଢେଙ୍କାନାଳ ମୁନିସିପାଲିଟି ୩୮, କାମାକ୍ଷାନଗର ବ୍ଲକରୁ ୨୦ ଓ ଏନଏସିରୁ ଜଣେ, ହିନ୍ଦୋଳ ବ୍ଲକରୁ ୩୪ ଓ ଏନଏସିରୁ ୧୨, ଭୁବନ ବ୍ଲକରୁ ୭ ଓ ଏନଏସିରୁ ଜଣେ, କଙ୍କଡ଼ାହାଡ଼ ବ୍ଲକର ୬, ପର୍ଜଙ୍ଗ ବ୍ଲକର ରୋଡ ଗାଁ ର ଜଣେ ଓ ଡାକ୍ତରଖାନାରୁ ଚିହ୍ନଟ ୮ ଜଣ ସଂକ୍ରମିତଙ୍କ ତଥ୍ୟ ହସ୍ତଗତ ହୋଇ ପାରି ନାହିଁ ।

ସଦର ବ୍ଲକର ପାରିଖେଦର ୧୧୯ ଜଣ, ସୋଗରପଶିର ୫ ଜଣ, ସପ୍ତଶଯ୍ୟା ୩, ତରଭା, କଟକମଡା, ବଳଦିଆବନ୍ଧ, ବାରଦା, ଗୋବିନ୍ଦପୁର ମହୁଲପଡା ଗାଁ ର ୨ ଜଣ ଲେଖାଏଁ, ଓ ନଡିଆଳୀ, ରଥିଆପାଳ, ନମିଚିରା, ଖମାର, ତଳବରକୋଟ, କନ୍ଧପଡା, ରାଧାଦେଇପୁର, ବିରାଡିଆ, ମଣ୍ଡାପାଳ, ଅସନପଟିଆ, ବଡଗିଲା, କାଇମାଟି, ମାଣିପୁର, ତରଭା ନିମତୈଳା, ନୂଆଗାଁ, ବାଙ୍କୁଆଳ ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ଗଁଦିଆ ବ୍ଲକର ମାଣିତିରି ୬୨, ଆତିଣ୍ଡା ୨୨, ଯୋରନ୍ଦା ୧୩, କାଲୁରିଆ ୪, ଆମ୍ବପଡା, ବଲ୍ଲଭ, ୩ ଜଣ ଲେଖାଏଁ, ଭୁଇଁପୁର, ଗଁଦିଆ, ଲାଉଲେଇ, ଖଙ୍କର ଗାଁ ର ୨ ଜଣ ଲେଖାଏଁ ଓ କାଙ୍କଲୁଣ୍ଡା, କେନ୍ଦୁପଡା, ନୂଆଗାଁ, ଅଙ୍କୁର୍ଦା, ବାଇସିଙ୍ଗା, ବାଲିଗୋ, ପିଙ୍ଗୁଆ, ମହାପଦା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଓଡ଼ାପଡ଼ା ବ୍ଲକର ଘୋଡ଼ା ଡିଆଁ ୧୭, ଏକଘରିଆ ୪, ବଳରାମ ପ୍ରସାଦ, ରସାସିଂ, ସିମିନଇ, ଚାଇଁପୁର, ଗୁଡିଆକାଟେଣୀ, ହାଣ୍ଡିଫୁଟା ଗାଁ ର ୨ ଜଣ ଲେଖାଏଁ ଓ ବେଲପଡା, ବରହମପୁର, ସାରିଆପଦା, କାଣ୍ଡବିନ୍ଧା, ମୋଟଙ୍ଗା, ବଦାଳୁ, ହିନ୍ଦୋଳ ରୋଡ, ନାଧରା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ ମୁନିସିପାଲିଟିର କୁଞ୍ଜକାନ୍ତର ୫, ଭଗବାନ ପୁର, ଦେଉଳ ସାହି, ହାଟରୋଡ ଅଞ୍ଚଳର ୪ ଜଣ ଲେଖାଏଁ, ସିମିଳିଆ, କାଲଟାକ୍ସ, ଜୁବୁଲି ଟାଉନ ଅଞ୍ଚଳର ୩ ଜଣ ଲେଖାଏଁ ଓ ଟାଉନପ୍ଲାନିଙ୍ଗର ୨ ଓ କଣ୍ଟାନାଳୀ ବାଇପାସ୍, ଶ୍ଯାମଚରଣପୁର, ଚନ୍ଦନ ବଜାର, ମୃଦଙ୍ଗା ସାହି, ମୀନା ବଜାର, ନୂଆ ଶାସନ, କଲେଜ କଲୋନୀ, କାଞ୍ଚନ ବଜାର, ଖମାରସାହି, ମହିଷାପାଟ ଅଞ୍ଚଳର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ହିନ୍ଦୋଳ ବ୍ଲକର ବଳସର, ଗିରିଧରପ୍ରସାଦ ଗାଁ ର ୩ ଜଣ ଲେଖାଏଁ, ଗଞ୍ଜରା, କାରନ୍ଦା, ଇଶ୍ବରପାଳ, କଂସରା, ପାଟଲା, ଚିତଲପଡା ଗାଁ ର ୨ ଜଣ ଲେଖାଏଁ ଓ ତରକାବେଡା, ଚିତଲପୁର, ବାଙ୍କିଡି, ଗାଲପଡା, କଡଲା, ସୋଳନାଳୀ, ଖଜୁରିଆକଟା, ନୂଆକୋଟ, କର୍ଣପୁର, ଗୁରୁଜାଙ୍ଗ, ବାବନ୍ଧ, ବାଲିମୀ, ଜାମୁଚକଡା, ରାସୋଳ, କେନ୍ଦୁପଟିଆ ଗାଁ ର ଜଣେ ଲେଖାଏଁ ସଂକ୍ରମିତ ଅଛନ୍ତି ।

କାମାକ୍ଷାନଗର ବ୍ଲକର କଦଳୀପାଳ ଗାଁ ର ୩, କୋଟଗରା, ଖୋକସା ଗାଁ ର ୨ ଜଣ ଲେଖାଏଁ ଓ ଖୁଣ୍ଟବାଟି, କନ୍ତିଓପୁଟସାହି, ଆମ୍ବବୋଲୁଅ, ଅଁଳାବେରେଣୀ, ଖଟୁଆହତା, କନ୍ତାରିପାଟ, ବାଇସିଙ୍ଗା, ବଡଶୁଆଁଳ, କାନପୁରା, କାଳିଆହତା, ବାଲିଗୋରଡ, ସୋଗର, କମଗରା ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

ହିନ୍ଦୋଳ ଏନଏସିର ପାଟଣା ୩, ନୂଆପାଟଣା, ହିନ୍ଦୋଳ, ସରଧାପୁର, ରାଜମୋହନପୁର, ଗୋବିନ୍ଦବେରେଣୀ, ଧୁଣ୍ଡିନାଳୀ ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି। ଭୁବନ ବ୍ଲକର ଓଡିଶା , ସମଲ, ଯମୁନାକୋଟ, ବଡକାଠିଆ, ଭୁବନ, ଜିରାଳ, ବାଉଁଶକଣା ଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି ।

କଙ୍କଡ଼ାହାଡ଼ ବ୍ଲକର ଗୋତୋରେଇ ଗାଁ ର ୨ ଜଣ ଓ କାଠପାଳ, ରାଇବୋଲ, ବିରାଶାଳ, ବାଟଗାଁ ର ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି।

ସୁସ୍ଥ ହୋଇ ଥିବା ସଂଖ୍ୟା ୧୬୯ ଓ ସକ୍ରିୟ ଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୧୧।

new life
You might also like
error: Content is protected !!