News
WhatsApp Image 2023-10-04 at 17.25.00
samparksetu

କିନ୍ନରଙ୍କ ମୁହଁରେ ହସ ଫୁଟାଇଲା ‘ସଂକଳ୍ପ ଚାରିଟେବୁଲ ଟ୍ରଷ୍ଟ ‘

କରୋନା ମହାମାରୀ ତାପରେ ୟସ ବାତ୍ୟା ବୋଝ ଉପରେ ଲଳିତା ବିଡା ପରି ଗୋଟିଏ ପରେ ଗୋଟିଏ ବୋଝରେ ଭାଙ୍ଗି ଦେଇଛି ଜନ ସାଧାରଣଙ୍କ ଅଣ୍ଟା । ଦୁଃଖ ର ଏହି ଘୁର୍ଣ୍ଣିବଳୟ ଭିତରେ ମଧ୍ୟ ଘୁରି ବୁଲୁଛନ୍ତି ଢେଙ୍କାନାଳ ସହର କଣ୍ଟାନାଳି ବାଇପାସ ନିକଟ ହିମାଳୟ ବସ୍ତିରେ ରହୁଥିବା କିନ୍ନର ସମ୍ପ୍ରଦାୟ । ବସ ଟ୍ରେନ ବନ୍ଦ୍ ଯୋଗୁଁ ଦାନା ପାଣି ଠପ ।

କିନ୍ନର ମାନଙ୍କ ଦୁଃଖ ଦୁର୍ଦ୍ଦଶା ଖବର ଜାଣି ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସଂକଳ୍ପ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟ କାହ୍ନୁ ଚରଣ ଦେବତା ଓ ପ୍ରଜ୍ଞାସ ରଞ୍ଜନ ହୋତା ହିମାଳୟ ବସ୍ତିରେ ରହୁଥିବା କିନ୍ନରଙ୍କୁ କିଛି ସପ୍ତାହର ରାସନ ସାମଗ୍ରୀ ସହ, ଫଳ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।

ଅନ୍ୟପଟେ ଟ୍ରଷ୍ଟ ପକ୍ଷରୁ ସପ୍ତଶଯ୍ୟା ର ନୂଆଗାଁ ରେ ଥିବା ୫୦ ଟି ଅସହାୟ ପଟିବାରକୁ ଖାଦ୍ୟ ଏବଂ ରାଶନ ଯୋଗାଇ ଦିଆ ଯାଇଥିଲା ।ସୂଚନା ଥାଉ କି କରୋନା ମହାମାରୀ ଆରମ୍ଭ ଦିନରୁ ଟ୍ରଷ୍ଟ ପକ୍ଷରୁ ଅତ୍ୟାବଶ୍ୟକ ବ୍ୟକ୍ତିଙ୍କ ସହ ବୁଲା ଗାଈ ଏବଂ କୁକୁରଙ୍କୁ ମଧ୍ୟ ଖାଦ୍ୟ ପାନୀୟ ବ୍ୟବସ୍ଥା କରାଯାଇଛି ।

ତେବେ ଏଭଳି ସାମ୍ପ୍ରଦାୟିକ ପରିସ୍ଥିତି ସମସ୍ତଙ୍କ ସହ ହାତ ରେ ହାତ ମିଳାଇ ସଂକଳ୍ପ ଚାରିଟେବଲ ଟ୍ରଷ୍ଟ ପ୍ରତିଜ୍ଞା ବଦ୍ଧ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

new life
You might also like
error: Content is protected !!