News
WhatsApp Image 2023-10-04 at 17.25.00
samparksetu

ଶ୍ରୀରାମଚନ୍ଦ୍ର ପୁର ନିକଟରେ ଦୁର୍ଘଟଣା, ୨ ଗୁରୁତ୍ତର

ଢେଙ୍କାନାଳ ଜିଲ୍ଲା ଶ୍ରୀରାମଚନ୍ଦ୍ର ପୁର ନିକଟରେ ଦୁର୍ଘଟଣା, ଦୁର୍ଘଟଣା ରେ ୨ ଗୁରୁତ୍ତର ।

ସୂଚନା ଅନୁଯାୟୀ, ଗଁଦିଆ ବ୍ଲକ ଶ୍ରୀରାମଚନ୍ଦ୍ର ପୁର ନିକଟରେ ଆଜି ଏକ ଦୁର୍ଘଟଣା ଘଟି ବାଇକ୍ ଚାଳକ ଏବଂ ଜଣେ ଆରୋହି ଗୁରୁତ୍ତର ଭାବେ ଆହତ ହୋଇଛନ୍ତି । ତେବେ କୌଣସି ଏକ ଦ୍ରୁତଗାମୀ କାର୍ ସାଇଡ ମାରିବାରୁ ଦୁର୍ଘଟଣା ଘଟିଥିବାର ଜଣା ପଡ଼ିଛି । ଦୁର୍ଘଟଣା ଘଟାଇଥିବା କାର୍ ର କୌଣସି ସନ୍ଧାନ ମିଳିନଥିବା ବେଳେ ଦୁର୍ଘଟଣାରେ ୨ ଗୁରୁତ୍ତର ଙ୍କ ମଧ୍ୟରୁ ଜଣଙ୍କୁ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅନ୍ୟଜଣେ ଘଟଣା ସ୍ଥଳରେ ଚେତାଶୂନ୍ୟ ଥିବାର ଜଣାପଡିଛି ।

ଉଭୟଙ୍କୁ ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ, ଉଭୟ ନିହାଲପ୍ରସାଦ ଅଞ୍ଚଳର ତ୍ରିଲୋଚନ ବେହେରା ଓ ଅନ୍ୟ ଜଣଙ୍କ ତାଙ୍କ ପୁଅ ବିଶ୍ୱଜିତ ବେହେରା ବୋଲି ଜଣାପଡିଛି ।

new life
You might also like
error: Content is protected !!