News
WhatsApp Image 2023-10-04 at 17.25.00
samparksetu

ସ୍ୱାସ୍ଥ୍ୟ ପାଇଁ ହିତକର ପାଚିଲା କଦଳୀ

ପାଚିଲା କଦଳୀ ସ୍ବାସ୍ଥ୍ୟକର ହେବା ସହ ଆମ ଶରୀର ପକ୍ଷେ ମଧ୍ୟ ହିତକର ହୋଇଥାଏ । ଯଦି ଆପଣ ନିଜ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆପଣ ପ୍ରତିଦିନ କଦଳୀ ଖାଇବା ଉଚିତ୍। ଗୋଟିଏ କଦଳୀରେ ୩ ଗ୍ରାମ୍ ଫାଇବର ଏବଂ ୧୦୦ କ୍ୟାଲୋରୀ ରହିଥାଏ ଏଥିପାଇଁ କଦଳୀକୁ ସବୁଠୁ ଉତ୍କୃଷ୍ଟ ହାଲୁକା ଭୋଜନ ଭାବେ ଗ୍ରହଣ କରିବା ଉଚିତ୍ ।

କଦଳୀରେ ପୋଟାସିୟମ୍ ଏବଂ ମାଗ୍ନେସିୟମ୍ ପ୍ରଚୁର ମାତ୍ରାରେ ରହିଛି। କଦଳୀରୁ ଶକ୍ତି ଧୀରେ ଧୀରେ ବାହାରିଥାଏ ଯାହା ଦ୍ବାରା ଆମ ମସ୍ତିଷ୍କ ସଚେତନ ହୋଇଥାଏ । କଦଳୀ ମସ୍ତିଷ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

କଦଳୀ ଖାଇବା ଦ୍ବାରା ଆପଣଙ୍କ ପେଟ ମଧ୍ୟ ଭର୍ତ୍ତି ହେବା ଭଳି ଲାଗିଥାଏ ଏବଂ ଏହା ଭୋକକୁ ନିୟନ୍ତ୍ରଣ କରିଥାଏ । କଦଳୀରେ ଟ୍ରିପ୍ଟୋଫାନ୍ ରହିଛି ଯାହା ଆଗକୁ ଯାଇ ସେରେଟୋନିନରେ ପରିଣତ ହୋଇଥାଏ ଏବଂ ମସ୍ତିଷ୍କରେ ସେରେଟୋନିନର ଅଭାବ ଯୋଗୁଁ ଅବସାଦ ଏବଂ ଉଦବେଗ ଏବଂ ବିତୃଷ୍ଣା ଭାବ ସୃଷ୍ଟି ହୋଇଥାଏ । ଏଥିପାଇଁ ଉତ୍ତମ ମାନସିକ ସ୍ବାସ୍ଥ୍ୟ ପାଇଁ ଏବଂ ଅବସାଦରୁ ମୁକ୍ତି ପାଇବା ପାଇଁ କଦଳୀ ଖାଇବା ଉଚିତ୍ ।

କଦଳୀ ଶରୀରରେ କ୍ୟାଲସିୟମକୁ ଶୋଷିତ କରିବାରେ ସାହାଯ୍ୟ କରିଥାଏ । କ୍ୟାଲସିୟମ୍ ଶରୀରରେ ପହଞ୍ଚିଲେ ହାଡ଼ ମଜବୁତ କରିଥାଏ । ଶରୀରରେ ଜରୁରୀ ପୋଷକ ତତ୍ତ୍ବ ଏବଂ ଫାଇବରର ସ୍ଥାନ ପୂରଣ କରିବା ପାଇଁ ଦିନକୁ ଗୋଟିଏ କଦଳୀ ନିୟମିତ ଖାଇବା ଉଚିତ୍। ଆପଣ ବ୍ୟାୟାମ କରିବା ପୂର୍ବରୁ କିମ୍ବା ବ୍ୟାୟାମ କରିବା ପରେ କଦଳୀ ଖାଇପାରିବେ।

new life
You might also like
error: Content is protected !!