News
WhatsApp Image 2023-10-04 at 17.25.00
samparksetu

ଫେଲ ସରକାର ଙ୍କ ବସୁଧା ଯୋଜନା , ଜଳ ଯୋଗାଣ ପ୍ରକଳ୍ପ ଅଚଳ ହେତୁ ନାଳ ଭରଷା ରେ ଗ୍ରାମ ବାସୀ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ କଣପାଳମହୁଲପାଳ ଗ୍ରାମପଂଚାୟତ ର ମହୁଲପାଳ ଗ୍ରାମରେ ସରକାର ଙ୍କ ବସୁଧା ଯୋଜନା ଥାଇ ମଧ୍ୟ ପାଣି ପାଇଁ ହଟ ହଟା ହେଉଛନ୍ତି ଗ୍ରାମ ବାସୀ ।

ଗ୍ରାମରେ ୪ଟି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ (ବସୁଧା) ଯୋଜନାରେ ରହିଛି ଦୁଇଟି ପାଣି ଟାଙ୍କି । ତଥାପି ଗ୍ରାମ ଲୋକ ପାଣ୍ଡରା ନାଳ ଉପରେ ନିର୍ଭର କରୁଛନ୍ତି । ଗତ ୧୫ ଦିନ ହେଲା ପାଣି ଚାଲୁନଥିବାରୁ ନାଳ ରୁ ଗ୍ରାମ ର ମହିଳା ମାନେ ପିଇବା ପାଇଁ ପାଣି ଆଣୁଛନ୍ତି ।

ଗରା, ହାଣ୍ଡି ରେ ମୁଣ୍ଡେଇକି ଆଣିବାକୁ ପଡୁଛି । ସେ ଦୂଷିତ ପାଣି କୁ ବ୍ୟବହାର କରି ନାନାଦି ରୋଗ ରେ ପୀଡ଼ିତ ହେଉଛନ୍ତି । ଥଣ୍ଡା ଜର ସହ ଝାଡ଼ା ବାନ୍ତି ରେ ଆକ୍ରାନ୍ତ ହେଉଛନ୍ତି । ଗ୍ରାମର ମହିଳା ସରକାରଙ୍କୁ ଅଭିଯୋଗ କଲା ପରେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ । ଯଦି ସରକାର ଙ୍କ ଦୃଷ୍ଟି ପଡ଼ନ୍ତା ୪ଟି ବସୁଧା ପ୍ରକଳ୍ପ ଠିକ୍ ଭାବରେ ଚାଲି ପାରନ୍ତା ତେବେ ଗ୍ରାମରେ ପାଣିର ସମସ୍ୟା ଦୂର ହୋଇପାରନ୍ତା ବୋଲି ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ହେଉଛି । ଏବେ କରୋନା ଭୟ ସାଙ୍ଗକୁ ବାତ୍ୟା ବର୍ଷା ଦ୍ୱାରା ପାଣ୍ଡରାରେ ମଇଳା ପାଣି ହିଁ ଭରଷା ।

new life
You might also like
error: Content is protected !!