News
WhatsApp Image 2023-10-04 at 17.25.00
samparksetu

“ଦେହ”

ପଞ୍ଚଭୂତରେ ହୁଏ ଲୀନ

ସମୟକୁ କରି ସମର୍ପଣ

ବୃଦ୍ଧ ହେଉ ଅବା ଯୌବନ

ଦେହ ସର୍ବଦା ସମର୍ପିତ ଜୀବନ…….

ମୋ ଶବ୍ଦର ଅହଂକାରରେ

ଦେହ ରକ୍ତ ମାଂସ ଜୀବନ୍ତ

ନଥାଏ ବୟସର ପରିଧି

ଅବା ଜୀବନ ବସନ୍ତ ||

କଷାୟବସ୍ତ୍ରଧାରୀ ଜନ୍ମେ

କଷାୟବସ୍ତ୍ରଧାରୀ ପରିତ୍ରାଣେ ଯାଏ

କେଇଟା ଶୌକ କପଡ଼ାରେ

ଶରୀରଟା ଢାଙ୍କିଥାଏ

ମୋହମୟ ଏ ସଂସାରେ

ଶୂନ୍ୟ ଦେହ ଛାଡିଯାଏ ନଥାଏ ଆତ୍ମା

ନଥାଏ ଦେହରେ ବାସ୍ନା

ରହିଯାଏ ଖାଲି ସ୍ମୁତିର ଜ୍ୟୋସ୍ନା ……

ଦେହ ବିନା ମନ ଅଧୁରା ସ୍ଥାନ

ଦେହା ବିନା ସଂସାର ସୃଷ୍ଟିହୀନ

ଦେହ ବିନା ପେଟ ରହେନା ମାନ

ଏ ଦେହରେ ଅଛି ପଞ୍ଚ ଇନ୍ଦ୍ରିୟ କରଣ

ଦେହରେ ସୃଷ୍ଟି ସାତ ଚକ୍ରମାନ

ଜୀବଙ୍କ ସୃଷ୍ଟିରେ ଦେହ ମୂଲ୍ୟବାନ

ବିନା ଆତ୍ମାରେ ଦେହ ଅଟେ ଶୂନ୍ୟ

new life
You might also like
error: Content is protected !!