ଢେଙ୍କାନାଳ ଜିଲ୍ଲା ଜୋରନ୍ଦା ଫାଣ୍ଡି ରାଧାଦେଇପୁର ଗ୍ରାମର ଭାଷ୍କର ବେହେରା ଙ୍କ ୧୭ ବର୍ଷୀୟ ଝିଅ କୁ ଉକ୍ତ ଗ୍ରାମର ହଟିଆ କମାର ନାମକ ଯୁବକ ଅପହରଣ କରି ନେଇଥିବାର ଥାନାରେ ଅଭିଯୋଗ କରିଛନ୍ତି ନାବାଳିକା ଙ୍କ ବାପା ।
ସୂଚନା ଅନୁଯାୟୀ ,ଗତ ୨୮ମେ ରେ ଉକ୍ତ ନାବାଳିକା ଘର ପଛପାଖ ବାଡ଼ିପଟକୁ ଯାଉଛି କହି ଆଉ ଫେରି ନଥିଲେ । ଘର ଲୋକେ ଅନେକ ଖୋଜାଖୋଜି କଲା ପରେ ତା ପର ଦିନ ଝିଅ ହଟିଆ କମାର ନାମକ ଯୁବକ ଙ୍କ ମାମୁଁ ଘର ଯାହାକି ଆମ୍ବବାହାଳି ସେଠାରେ ଝିଅ ଥିବାର ଖବର ପାଇଥିଲେ । ତେବେ ଏ ନେଇ ପରିବାର ଲୋକେ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି ।