News
WhatsApp Image 2023-10-04 at 17.25.00
samparksetu

ଘରେ ବନାନ୍ତୁ ଫେମସ ଷ୍ଟ୍ରିଟଫୁଡ଼ ମୋମୋ ହେଲେ ଅଟାରେ

ବଜାରରେ ମିଳୁଥିବା ମୋମୋ ଖାଇବାକୁ ଇଚ୍ଛା କି ହେଲେ ମଇଦା ଅପେକ୍ଷା ଅଟା ମୋମୋ ଶରୀର ପକ୍ଷେ ନଥାଏ କ୍ଷତିକାରକ, ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଅଟା, ଲୁଣ, ପନୀର, ତେଲ, ସିମଲା ଲଙ୍କା, ଗାଜର, କଞ୍ଚା ଲଙ୍କା, ଅଦା, ଗୋଲମରୀଚ।

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ପାତ୍ରରେ ଅଟା ଏବଂ ଲୁଣ ପକାଇ ଭଲଭାବେ ଚକଟି ଦିଅନ୍ତୁ। ଏହାପରେ ଏଥିରେ ତେଲ ଲଗାଇ ଅଟାକୁ ପୁଣି ଥରେ ଚକଟି ଦିଅନ୍ତୁ। ଏହାପରେ ଏହାକୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଘୋଡାଇ ରଖିଦିଅନ୍ତୁ। ସବୁ ପରିବାକୁ କାଟି ଦିଅନ୍ତୁ ଏବଂ ଭଲଭାବେ ମିକ୍ସ କରିଦିଅନ୍ତୁ। ଏହାପରେ ସ୍ଟଫିଙ୍ଗ ପାଇଁ ଏକ ପ୍ୟାନ୍‌ ନିଅନ୍ତୁ। ସେଥିରେ ତେଲ ଗରମ କରିଦିଅନ୍ତୁ। ତେଲ ଗରମ ହେବା ପରେ ସମସ୍ତ ପରିବା ଏବଂ ମସଲା ପକାଇ ୩ ରୁ ୪ ମିନିଟ୍‌ ପର୍ଯ୍ୟନ୍ତ ହାଇ ଫ୍ଲେମରେ ଭାଜି ଦିଅନ୍ତୁ। ଏହାପରେ ଏଥିରେ ପନୀର ପକାଇ ଦିଅନ୍ତୁ। ପନୀର ପକାଇବାର ଗୋଟେ ମିନିଟ୍‌ ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ ଏବଂ ମିଶ୍ରଣକୁ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ।

ଏବେ ଏହାକୁ ନିଜ ପସନ୍ଦର ସେପ ଦେଇ ସେଥିରେ ଷ୍ଟଫିଙ୍ଗ୍‌ ପାଇଁ ରଖିଥିବା ପୂରକୁ ଭରି ପ୍ରସ୍ତୁତ କରନ୍ତୁ। ଯଦି ଆପଣଙ୍କ ପାଖରେ ଇଡଲି ଛାଞ୍ଚ ଅଛି ତାହେଲେ ପାଣି ଦେଇ ପାଣିକୁ ଫୁଟିବା ପାଇଁ ଛାଡନ୍ତୁ। ଇଡଲି ଛାଞ୍ଚର ଷ୍ଟାଣ୍ଡରେ ତେଲ ଲଗାଇ ପ୍ରସ୍ତୁତ କରି ରଖିଥିବା ମୋମୋକୁ ଆଞ୍ଚରେ ୧୫ ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ହେବା ପାଇଁ ଛାଡନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ପସନ୍ଦର ମୋମୋ ।

new life
You might also like
error: Content is protected !!