News
WhatsApp Image 2023-10-04 at 17.25.00
samparksetu

ସ୍ଥାନୀୟ ପ୍ରଶାସନର ଉଦାସୀନତା! ଚାରି ବର୍ଷ ହେଲା ସ୍ଥାନ ନିରୂପଣ ହୋଇପାରୁନଥିବା ହେତୁ ଆଜିଆଇଟି ଡିପ୍ଲୋମା କଲେଜର ନୂତନ କ୍ୟାମ୍ପସ ହୋଇ ପାରୁ ନାହିଁ

ଢେଙ୍କାନାଳ ଜିଲ୍ଲା ର ଶିକ୍ଷା ମାନଚିତ୍ରରେ ଇନ୍ଦିରା ଗାନ୍ଧୀ ବୈଷୟିକ ମହାବିଦ୍ୟାଳୟ (ଆଇଜିଆଇଟି)ର ଏକ ସ୍ବତନ୍ତ୍ର ପରିଚୟ ରହିଛି। ପରଜଙ୍ଗ ବ୍ଲକର ସରାଙ୍ଗଠାରେ ଥିବା ଏହି ଅନୁଷ୍ଠାନର ପରିସରରେ ଡିପ୍ଲୋମା ପାଠ୍ୟକ୍ରମ ବ୍ୟବସ୍ଥା ରହିଛି।

୨୦୧୭ ମସିହାରେ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗର ନିର୍ଦ୍ଦେଶକ ଡିପ୍ଲୋମା ଶିକ୍ଷା ଅନୁଷ୍ଠାନ ପାଇଁ ୫ ଏକର ସରକାରୀ ଜମି ଯୋଗାଇ ଦେବାକୁ ପରଜଙ୍ଗ ତହସିଲଦାରଙ୍କୁ ଚିଠି(4563/7/4/2027) କରିଥିଲେ। ଏ ଅଞ୍ଚଳରକୁ ଏକ ଆଦର୍ଶ ଶିକ୍ଷା ଅଞ୍ଚଳରେ ଗଢି ତୋଳିବା ଏହାର ଲକ୍ଷ୍ୟ ଥିଲା। ତା ଛଡା ଗୋଟିଏ ଅନୁଷ୍ଠାନ ପରିସରରେ ଥିବାରୁ ଆଗାମୀ ଦିନରେ ଏହା ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବା ଅସମ୍ଭବ।

୨୦୧୭ ମସିହାରୁ ଚିଠି କରାଯାଇଥିଲେ ମଧ୍ୟ ତହସିଲଦାର ଓ ସ୍ଥାନୀୟ ନେତୃବୃନ୍ଦଙ୍କ ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ତେବେ ଏଇ ନିକଟରେ ତରବରିଆ ଭାବରେ ଦଦରାଘାଟି ପାନୀୟଜଳ ପ୍ରକଳ୍ପ ନିକଟରେ ୫ ଏକର ଜାଗା ଚିହ୍ନଟ ହୋଇଥିବା ସୂଚନା ମିଳିଛି।

ଏହା ଏକ ରେସିଡେନସିଆଲ କଲେଜ ହୋଇଥିବା ଯୋଗୁଁ ଗମନାଗମନ ସୁବିଧା ଥିବା ଆବଶ୍ୟକ। ନିକଟରେ ଡ୍ଯାମ ରହୁଥିବା ହେତୁ ଭବିଷ୍ୟତରେ ଅଘଟଣ ର ଆଶଙ୍କା ରହିଛି। ତା ଛଡା ବର୍ତ୍ତମାନ କ୍ୟାମ୍ପସ ଠାରୁ ବହୁତ ଦୂରରେ କଲେଜ ପରିଚାଳନା ପାଇଁ ସମସ୍ୟା ସୃଷ୍ଟି ହେବ। କାହା ସ୍ବାର୍ଥରେ ଏ ଜାଗା ଚୟନ କରାଯାଇଛି ସନ୍ଦେହ ସୃଷ୍ଟି ହୋଇଛି।

new life
You might also like
error: Content is protected !!