ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଏ । ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା ହେଉଛି ଏହି ଦିବସ ପାଳନ କରିବାର ମୁଖ୍ୟ ଉଦେଶ୍ୟ ।
ପ୍ରକୃତି ବିନା ଜୀବନ ଅସମ୍ଭବ, ମନୁଷ୍ୟ ଓ ପରିବେଶ ଉଭୟେ ଓତଃପ୍ରତ ଭାବେ ଜଡ଼ିତ । ଲଗାମଛଡା କଳକାରଖାନା ଗଢିଉଠିବା ହେତୁ ପରିବେଶ କ୍ରମାଗତ ଭାବରେ ଦୂଷିତ ହେବାରେ ଲାଗିଛି, ଯାହାର ପ୍ରଭାବ ଆମ ଦୈନନ୍ଦିନ ଜୀବନ ଉପରେ ପଡୁଛି । ତେଣୁ ପରିବେଶର ସନ୍ତୁଳନ ରକ୍ଷା କରିବାକୁ ଏହି ଦିବସରେ ବାର୍ତ୍ତା ଦିଆ ଯାଇଥାଏ । ୧୯୭୨ରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି ।
ମିଳିତ ଜାତିସଂଘ ୧୯୭୨, ଜୁନ୍ ୫ରେରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ଏକ ବୈଠକ କରିଥିଲା । ବୈଠକ ପରେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଏହି ଦିବସ ସେତେବେଳ ସଫଳ ହେବ ଯେତେବେଳେ ସମସ୍ତେ ପରିବେଶର ଯତ୍ନ ନେବେ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୁଝିବାକୁ ପଡ଼ିବ ଯେ ପରିବେଶ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବ ।
ପ୍ରତିବର୍ଷ ବିଶ୍ୱ ପରିବେଶ ଦିବସ ପାଇଁ ଏକ ସ୍ୱତନ୍ତ୍ର ଥିମ୍ ରହିଥାଏ, ଚଳିତ ବର୍ଷ ଏହି ଦିସବର ଥିମ୍ ରହିଛି, ‘ଇକୋ ସିଷ୍ଟମ ରିଷ୍ଟୋରେସନ ‘ ।